fbpx

ମହିଳାଙ୍କ ପାଇଁ ନୂଆ ଯୋଜନା; ପ୍ରତି ମାସରେ ମିଳିବ ଟଙ୍କା, ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ମହିଳା ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି । ମହିଳାଙ୍କୁ ଆର୍ଥିକ ବିକାଶ କରିବା ସହ ସ୍ୱାବଲମ୍ବୀ କରିବା ଦିଗରେ ନାନା ଯୋଜନା ପ୍ରଣୟନ କରୁଛନ୍ତି ସରକାର । ଏହାଭିତରେ ଆଉ ଏକ ଯୋଜନାର ଘୋଷଣା କରାଯାଇଛି । ଏହି ଯୋଜନାରେ ମହିଳା ମାନଙ୍କୁ ପ୍ରତ୍ୟେକ ମାସ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମରେ ସମ୍ବୋଧନ ସମୟରେ ଏହି ଘୋଷଣା ହୋଇଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ପ୍ରତିଷ୍ଠାତା ଅରବିନ୍ଦ କେଜରିୱାଲ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଲୋକେ କୁହନ୍ତି କେଜରିୱାଲ ମାଗଣା ଯୋଜନା ଦେଉଛନ୍ତି । ଆଜି ଏହି ତାଲିକାରେ ଆଉ ଏକ ଯୋଜନା ସାମିଲ ହେଉଛି । ଏଣିକି ସମସ୍ତ ମହିଳାଙ୍‌କ ଆକାଉଣ୍ଟକୁ ୧,୦୦୦ ଟଙ୍କା ଲେଖାଏଁ ପଠାଯିବ ବୋଲି କେଜରିୱାଲ ସରକାର ଘୋଷଣା କରିଛନ୍ତି । ଏହାପରେ ଦିଲ୍ଲୀର ସମସ୍ତ ସମର୍ଥକଙ୍କୁ ଧନ୍ୟବାଦ୍ ଜଣାଇବା ସହ ନିଜ ସଚ୍ଚୋଟତାର କାରଣ ହେବ ବୋଲି କହିଛନ୍ତି ଅରବିନ୍ଦ କେଜରିୱାଲ ।

ଏହାପରେ ରେଭଡିର ପାଉଚ୍ ଦେଖାଇ ସେ କହିଛନ୍ତି, ମୋ ପାଖରେ ଆଜି ମାଗଣା ଯୋଜନାର ପ୍ୟାକେଟ ଅଛି ଏବଂ ଏଥିରେ ୭ଟି ଯୋଜନା ରହିଛି । ଆଣମାନେ ଏଠାରୁ ଯିବା ବେଳେ ସମସ୍ତଙ୍କୁ ଗୋଟିଏ ରେଭଡି ପ୍ୟାକେଟ୍ ମିଳିବ । କେଜରିୱାଲଙ୍କ ୬ଟି ମାଗଣା ସ୍କିମ୍ ଭିତରେ ମାଗଣା ବିଜୁଳି, ମ।।ଗଣା ପାଣି, ବୟସ୍କମାନଙ୍କ ପାଇଁ ତୀର୍ଥଯାତ୍ରା, ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା, ମାଗଣା ବିଶ୍ୱସ୍ତରୀୟ ଶିକ୍ଷା, ମାଗାଣା ଔଷଧ ଏବଂ ଚିକିତ୍ସା ଇତ୍ୟାଦି ସାମିଲ ରହିଛି ।

Get real time updates directly on you device, subscribe now.