fbpx

ଭାରତରେ ରହୁଥିବା ସମସ୍ତେ ହିନ୍ଦୁ: ମୋହନ ଭାଗବତ

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତ ମତଭେଦକୁ ଭୁଲି ଦେଶ ସୁରକ୍ଷା ପାଇଁ ସମସ୍ତ ହିନ୍ଦୁଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି । ଶନିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୋହନ କହିଛନ୍ତି, ଭାଷା, ଜାତି ଓ ଆଞ୍ଚଳିକ ଆଧାରରେ ମତଭେଦ ଓ ବିବାଦକୁ ପଛରେ ପକାଇ ହିନ୍ଦୁ ସମାଜର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ । ସମାଜ ଏମିତି ହେବା ଦରକାର, ଯେଉଁଠି ଏକତା, ସଦଭାବନା, ଭାଇଚାରା ଥିବ ।

ମୋହନ କହିଛନ୍ତି, ସମାଜରେ ଆଚରଣର ଅନୁଶାସନ, ରାଜ୍ୟପ୍ରତି କର୍ତ୍ତବ୍ୟ ବୋଧ, ଲକ୍ଷ୍ୟ ହାସଲ କରିବାର ଜୁନୁନ ବ୍ୟକ୍ତି ଭିତରେ ଥିବା ଜରୁରୀ । ସମାଜ ଖାଲି ମୋର ବା ମୋ ପରିବାରରୁ ତିଆରି ହୋଇନଥାଏ, ବରଂ ଆମକୁ ସମାଜପ୍ରତି ସର୍ବୋପରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ତେବେ ଯାଇ ଜୀବନରେ ଈଶ୍ୱରପ୍ରାପ୍ତି ସମ୍ଭବ ହେବ ।

ଆଗକୁ ସେ କହିଥିଲେ, ଦୁନିଆରେ ଭାରତର ପ୍ରତିଷ୍ଠା ତାର ଶକ୍ତି ପାଇଁ ସମ୍ଭବ ହୋଇଛି । ଭାରତ ଏକ ହିନ୍ଦୁ ରାଷ୍ଟ୍ର । ତେବେ ଏହି ହିନ୍ଦୁ ନାଁ ପରେ ଆସିଲା । ଏଠିରହୁଥିବା ସବୁ ସମ୍ପ୍ରଦାୟଙ୍କ ପାଇଁ ହିନ୍ଦୁ ଶବ୍ଦର ବ୍ୟବହାର କରାଯାଇଥିଲା । ହିନ୍ଦୁମାନେ ସମସ୍ତଙ୍କ ନିଜର ମାନିଥାନ୍ତି । ହିନ୍ଦୁ କହିଥାନ୍ତି କି ଆମେ ଠିକ ଓ ଆପଣ ମଧ୍ୟ ଆପଣଙ୍କ ସ୍ଥାନରେ ଠିକ- ପରସ୍ପର ସହ ନିୟମିତ ସମ୍ପର୍କସ୍ଥାପନ ଦ୍ୱାରା ସଦ୍ଭାବନା ପ୍ରତିଷ୍ଠା ହୋଇପାରିବ । ଭଗବାନ କହିଛନ୍ତି, ସ୍ୱୟଂ ସେବକଙ୍କୁ ପ୍ରତିଟି ସ୍ଥାନରେ ସମ୍ପର୍କ ସ୍ଥାପନ କରିବାର ଆବଶ୍ୟକତା ରହିଛି ।

ମଣିଷକୁ ସମାଜର ବ୍ୟାପ୍ତ ଦୁର୍ବଳତା ଦୂର କରି ସମାଜକୁ ମଜବୁତ କରିବା ଦରକାର । ଏଠି ମୋହନ ଧର୍ମକୁ ନେଇ ହିନ୍ଦୁ ଶବ୍ଦର ପ୍ରୟୋଗ କରି ନାହାନ୍ତି । ସେ ହିନ୍ଦୁସ୍ଥାନର ପ୍ରତି ସମ୍ପ୍ରଦାୟକୁ ହିନ୍ଦୁ ବୋଲି କହିଛନ୍ତି ।

Get real time updates directly on you device, subscribe now.