fbpx

ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବର MrBeast କଲେ ବଡ଼ ଖୁଲାସା: କହିଲେ ‘ମୋର ମୃତ୍ୟୁ ପରେ ବି ଜୀବିତ ରହିବ ୟୁଟ୍ୟୁବ ଚ୍ୟାନେଲ୍’

ନୂଆଦିଲ୍ଲୀ: ଆମେରିକାର ମିଷ୍ଟରବିଷ୍ଟ ହେଉଛି ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବ୍ ଚ୍ୟାନେଲ । ଏହି ଚ୍ୟାନେଲରେ ବର୍ତ୍ତମାନ ୩୧୯ ମିଲିୟନ୍ ସବସ୍କ୍ରାଇବର୍ସ ରହିଛନ୍ତି । ତେବେ ଏହା ମଧ୍ୟରେ ମିଷ୍ଟରବିଷ୍ଟ ଚ୍ୟାନେଲ ଏକ ବଡ଼ ଖୁଲାସା କରିଛି । ତାଙ୍କର ମୃତ୍ୟୁ ପରେ ବି ଚ୍ୟାନେଲ ଜୀବିତ ରହିବ ବୋଲି ଏହି ଚ୍ୟାନେଲ ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ତାଙ୍କର ମୃତ୍ୟୁ ଯେତେବେଳେ ଘଟିବ, ତା’ପରେ ତାଙ୍କର ୟୁଟ୍ୟୁବ ଚ୍ୟାନେଲ ଜୀବିତ ରହିବ ଓ ତା’ ପରେ ମଧ୍ୟ ପୋଷ୍ଟ ଆସିବ ବୋଲି ବୋଲି ମିଷ୍ଟରବିଷ୍ଟ କହିଛନ୍ତି ।

ମିଷ୍ଟରବିଷ୍ଟ ନିଜର ୟୁଟ୍ୟୁବ ଚ୍ୟାନେଲ ପାଇଁ ସାରା ବିଶ୍ୱରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ବେଳେ ତାଙ୍କର ପ୍ରକୃତ ନାମ ହେଉଛି ଜିମ୍ମୀ ଡୋନଲ୍ଡସନ । ଜିମ୍ମୀଙ୍କ ପାଖରେ ଏବେ ବି ଅନେକ ରେକର୍ଡେଡ କଣ୍ଟେଣ୍ଟ ଉପଲବ୍ଧ ରହିଛି । ତାହାକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ ତାଙ୍କର ମୃତ୍ୟୁ ପରେ ବି ସେହି କଣ୍ଟେଣ୍ଟ ତାଙ୍କର ଚ୍ୟାନେଲକୁ ଲାଇଭ୍ ରଖିବ ବୋଲି ଜିମ୍ମୀ କହିଛନ୍ତି । ୨୬ ବର୍ଷୀୟ ୟୁଟ୍ୟୁବର ମିଷ୍ଟରବିଷ୍ଟ ନିଜର ଷ୍ଟ୍ରାଟେଜୀକୁ ନେଇ ଖୁଲାସା କରିଥିବା ବେଳେ ସେ ୧୫ଟି ଭିଡିଓ ପ୍ରସ୍ତୁତ କରି ରଖିଥିବା କହିଛନ୍ତି ।

ଯେଉଁ ସବୁ ଭିଡିଓ ପ୍ରସ୍ତୁତ କରି ରଖାଯାଇଛି ସେଗୁଡ଼ିକ ତାଙ୍କର ମୃତ୍ୟୁ ପରେ ଅପଲୋଡ୍ ହେବ ବୋଲି ଜିମ୍ମୀ କହିଛନ୍ତି । ମିଷ୍ଟରବିଷ୍ଟ କମ୍ପାନୀରେ ରହିଥିବା ଲୋକମାନେ ପୁରୁଣା କମ୍ପ୍ୟୁଟର ବିଷୟରେ ଜ୍ଞାନ ହାସଲ କରିଛନ୍ତି । ଭିଡିଓ କେଉଁଠି ରହିଛି ସେ ବିଷୟରେ ସେମାନେ ଭଲ ଭାବେ ଜାଣିଛନ୍ତି । ସେ ତାଙ୍କର ଦର୍ଶକଙ୍କ ସମ୍ମୁଖରେ ଯେପରି ରହିଥିଲେ ଆଗକୁ ମଧ୍ୟ ସେପରି ରହିବେ । ଏହି ସବୁ ଭିଡିଓ ପ୍ରତ୍ୟେକ ମାସରେ ଗୋଟିଏ ଲେଖାଏଁ ଅପଲୋଡ୍ ହେବ ବୋଲି ଜିମ୍ମୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଜିମ୍ମୀ ୨୦୧୨ରେ ନିଜର ଚ୍ୟାନେଲ ମିଷ୍ଟରବିଷ୍ଟ ଆରମ୍ଭ କରିଥିବା ବେଳେ ୧୨ ବର୍ଷ ମଧ୍ୟରେ ସେ ଟପରେ ପହଞ୍ଚି ପାରିଛନ୍ତି । ଭାରତୀୟ ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲ ଟି-ସିରିଜକୁ ପଛରେ ପକାଇ ମିଷ୍ଟରବିଷ୍ଟ କିଛି ମାସ ତଳେ ବିଶ୍ୱର ନମ୍ବରୱାନ ଚ୍ୟାନେଲ ହେବାର ସୌଭାଗ୍ୟ ଅର୍ଜନ କରିଥିଲା ।

Get real time updates directly on you device, subscribe now.