fbpx

ବ୍ରତ ଓ ଉପବାସ ସମୟରେ କଫି ପିଇବା ଶରୀରରେ ସୃଷ୍ଟି କରେ ବହୁ ଜଟିଳ ସମସ୍ୟା

ଓଡିଶା ଭାସ୍କର: ନବରାତ୍ରୀରେ ଜଗରାତ୍ରା ବା ନବଦିବସୀୟ ଉପବାସ କରୁଥିବା ଲୋକେ ସାଧାରଣତଃ ଏହି ସମୟରେ ସାତ୍ୱିକ ଆହାର ଗ୍ରହଣ କରିଥାନ୍ତି । କିଛି ଆଦୌ ଶସ୍ୟଜାତୀୟ ଖାଦ୍ୟ ଗ୍ରହଣ କରିନଥାନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଅନେକ ଏହି ସମୟରେ ସବୁ ନୀତିନିୟମ ପାଳନ ସତ୍ତେ୍ୱ କଫି ପିଇବାକୁ ପସନ୍ଦ କରିଥାନ୍ତି । ତେବେ ଉପବାସ ସମୟରେ କଫି ପିଇବା ଉଚିତ କି ନୁହେଁ, ଏଥିସହ ଏହାର ଶରୀର ଉପରେ କୌଣସି ଖରାପ ପ୍ରଭାବ ରହିଛି କି ନାହିଁ, ତାକୁ ନେଇ ଆମ ଭିତରୁ ଅନେକ ଜାଣନ୍ତି ନାହିଁ ।

ତେବେ ସାତ୍ୱିକ ଆହାର କରୁଥିବା ଅନେକଙ୍କ ବିଶ୍ୱାସ, ଏହି ସମୟରେ କ୍ଷୀର ପିଇବାକୁ ଅନୁମତି ରହିଥିବାରୁ କ୍ଷୀର ସହ କଫି ପିଇବାରେ ଅସୁବିଧା ନାହିଁ । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏହାକୁ ନେଇ କଣ ରହିଥି ତାହା ଆସନ୍ତୁ ଜାଣିନେବା ।

କଫିରେ କାଫୈନ ନାମକ ଏକ ତତ୍ୱ ରହିଛି, ଯାହା ଡିହାଇଡ୍ରେସନ କରିପାରେ । ବ୍ରତ ସମୟରେ କଫି ପିଇବା ଦ୍ୱାରା ଏତିରେ ଥିବା କାଫୈନ ଶରୀରରୁ ଜଳୀୟ ଅଂଶ ଶୋଷିନେଇଥାଏ । ଫଳରେ ଥକାପଣ ଓ ଚିଡଚିଡାପଣ ଦେଖାଦିଏ । ତେଣୁ ଉପବାସ ସମୟରେ ଅନେକ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରିଥାନ୍ତି ।

ଖାଲି ପେଟରେ କାଫୈନ ଶରୀରକୁ ଯିବା ଦ୍ୱାରା ଏସିଡିଟି ବା ପେଟର ଅନ୍ୟ ସମସ୍୍ୟା ଉପୁଜିବା ସମ୍ଭାବନା ରହିଛି ।

ଲମ୍ବାସ ସମୟରେ କଫିର ଅଧିକ ସେବନ ଦ୍ୱାରା ହାଡ ଉପରେ ଏହାର ଖରାପ ପ୍ରଭାବ ପଡେ । ହାଡ ଓ ଜଏଣ୍ଟରେ ଯନ୍ତ୍ରଣା ଅନୁଭବ ହୁଏ ।

ଅଧିକ କଫି ପିଇବା ଦ୍ୱାର ନଦ ନ ହେବା ପରି ସମସ୍ୟା ମଧ୍ୟ ଦେଖାଦିଏ । ଯାହା ପରେ ଅନ୍ୟାନ୍ୟ ସମସ୍ୟାର କାରଣ ହୋଇଥାଏ ।

Get real time updates directly on you device, subscribe now.