fbpx

ଜମ୍ମୁ କଶ୍ମୀର: ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟର ଆସନ ସଂଖ୍ୟା ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇଥିବା ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ବିଜେପିକୁ ଦେଇଛି ଏକ ବଡ଼ ଝଟକା । କଶ୍ମୀରରେ ସରକାର ଗଠନ ପାଇଁ ସ୍ୱପ୍ନ ଦେଖୁଥିବା ବିଜେପି ମାତ୍ର ୨୯ଟି ସିଟରେ ଅଟକି ଯାଇଛି । ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ୪୯ଟି ଆସନରେ ଜିତିବା ସହ ରାଜ୍ୟରେ ବହୁମତ ହାସଲ କରିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପୁଣି ବୃଦ୍ଧି ପାଇବ ମେଣ୍ଟର ଆସନ ସଂଖ୍ୟା ।

ସୂଚନା ମୁତାବକ, ଓମର ଅବଦୁଲ୍ଲାଙ୍କ ଏନସି ଓ କଂଗ୍ରେସ ରାଜ୍ୟରେ ଆହୁରି ଶକ୍ତିଶାଳୀ ହେବ । ମେଣ୍ଟରେ ସାମିଲ ହେବେ ଜଣେ ସ୍ୱାଧିନ ବିଧାୟକ । ସ୍ୱାଧିନ ହିନ୍ଦୁ ବିଧାୟକ ପ୍ୟାରେ ଲାଲ ମେଣ୍ଟରେ ସାମିଲ ହେବେ । ଶ୍ରୀ ଲାଲ କଂଗ୍ରେସ-ଏନସି ମେଣ୍ଟରେ ସାମିଲ ହେବା ଫଳରେ ମେଣ୍ଟର ମୋଟ ଆସନ ସଂଖ୍ୟା ୫୦ରେ ପହଞ୍ଚି ଯିବ । ଇନ୍ଦରବାଲ ବିଧାନସଭା ଆସନରୁ ଶ୍ରୀ ଲାଲ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୬୪୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ସ୍ୱାଧିନ ପ୍ରାର୍ଥୀ ଗୁଲାମ ମୋହମ୍ମଦ ରହିଥିବା ବେଳେ କଂଗ୍ରେସ ଓ ଓ ବିଜେପି ପ୍ରାର୍ଥୀଙ୍କ ଅବସ୍ଥା ଦୟନୀୟ ରହିଥିଲା ।

Get real time updates directly on you device, subscribe now.