fbpx

୭୪ ବର୍ଷିୟା ସବୁଠୁ ଧନୀ ବିଧାୟିକାଙ୍କୁ ପଦ୍ମ ଦଳରେ ସାମିଲ କରିବାରେ ସଫଳ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ହରିୟାଣାରେ ମ୍ୟାଜିକ ନମ୍ବର ୪୬ ଥିବା ବେଳେ ବିଜେପି ପାଇଛି ୪୮ । ତଥାପି ଦଳ ଭିତରେ ସାମାନ୍ୟ ଏପଟ ସେପଟ ସରକାର ଗଳେଇ ଦେବ । ତେଣୁ ଫଳ ଘୋଷଣାର ଗୋଟିଏ ଦିନ ପରେ ବିଜେପି ତିନି ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ପଟକୁ କରିବାରେ ସଫଳ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଦେବୀ । ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଭେଟି ବିଜେପିରେ ସାମିଲ କରିଛନ୍ତି ।

ସାବିତ୍ରୀ ହେଉଛନ୍ତି କୁରୁକ୍ଷେତ୍ରର ସାଂସଦ ନବୀନ ଜିନ୍ଦଲଙ୍କ ମାଆ । ସେ ଚଳିତ ନିର୍ବାଚନରେ ହିସାରରୁ ସ୍ୱାଧୀନଭାବେ ଠିଆହୋଇ ବିଜୟ ହାସଲ କରିଛନ୍ତି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ କମଲ ଗୁପ୍ତାଙ୍କୁ ହରାଇ । ହିସାରରୁ ପୂର୍ବରୁ ସାବିତ୍ରୀଙ୍କ ସ୍ୱାମୀ, ଶିଳ୍ପପତି ଓ ପି ଜନ୍ଦଲ ପ୍ରତିନିଧିତ୍ୱ କରୁଥିଲେ । ୭୪ ବର୍ଷୀୟ ଜିନ୍ଦଲ ଭୁପିନ୍ଦର ହୁଡ୍ଡାଙ୍କ ସରକାରରେ ୨୦୧୩ରେ ଭାଗିଦାର ଥିଲେ । ତିନ୍ତୁ ମାର୍ଚ୍ଚରେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ସେ କଂଗ୍ରେସ ଛାଡିଥିଲେ ଓ ଚଳିତ ନିର୍ବାଚନରେ ହିସାରରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ।

ସାବିତ୍ରୀଙ୍କ ବ୍ୟତୀତ ଆଜି ବିଜେପି ଆଉ ଦୁଇ ସ୍ୱାଧୀନ ବିଧାୟକଙ୍କୁ ନିଜ ସହ ସାମିଲ କରିଛି । ସେମାନେ ହେଲେ ଦେବେନ୍ଦ୍ର କାନ୍ଦ୍ୟାନ ଓ ରେଜେଶ ଜୁନ । ଏହି ନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ତଥା ଓଡିଶା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଭୂମିକା ତୁଲାଇଛନ୍ତି । ନିର୍ବାଚନ ଜିତାଇବା ସହ ନିର୍ବାଚନର ମାତ୍ର ଗୋଟିଏ ଭିତରେ ସେ ୩ ବିଧାୟକଙ୍କୁ ନିଜ ପଟକୁ କରିବା ସହ ଦଳକୁ ସଶକ୍ତ କରିଛନ୍ତି ।

Get real time updates directly on you device, subscribe now.