fbpx

ଫ୍ଲୋରିଡାରେ ‘ମିଲ୍ଟନ୍’ର ତାଣ୍ଡବ; ଉଡ଼େଇନେଲା ୩୦ ଲକ୍ଷ ଘର, ଅନ୍ଧାରରେ ଲୋକ

ମିଳୁନି ପିଇବା ପାଣି, ଡହଳ ବିକଳ ହେଉଛନ୍ତି ଲୋକ, ଦୂଷିତ ପାଣିଠାରୁ ଦୂରେଇ ରହିବାକୁ ଅଧିକାରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଫ୍ଲୋରିଡାରେ ବାତ୍ୟା ମିଲ୍ଟନ୍ ସ୍ଥଳଭାଗ ଛୁଇଁବା ପରେ ୩୦ ଲକ୍ଷରୁ ଅଧିକ ଘର ଓ ଦୋକାନ ରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ରାଜ୍ୟର ସେଣ୍ଟ ଲୁସିଆରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଫ୍ଲୋରିଡାର ସେଣ୍ଟ ପିଟର୍ସବର୍ଗରେ ପିଇବା ପାଣି ନାହିଁ । ସାମୁଦ୍ରିକ ଝଡ଼ ମିଲ୍ଟନ୍ ବିପର୍ଯ୍ୟୟ ଘଟାଇବା ପରେ କର୍ତ୍ତୃପକ୍ଷଙ୍କୁ ଜଳ ଯୋଗାଣ ବନ୍ଦ କରିବାକୁ ପଡ଼ିଛି ।

ଟାମ୍ପାର ପୂର୍ବ ଦିଗରେ ୩୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଦୂଷିତ ପାଣିଠାରୁ ଦୂରେଇ ରହିବାକୁ ଅଧିକାରୀମାନେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଆମେରିକାର ଫ୍ଲୋରିଡାରେ ବାତ୍ୟା ମିଲ୍ଟନ୍ ଯୋଗୁଁ ସ୍ଥିତି ସଙ୍କଟାପନ୍ନ ରହିଛି । ପ୍ରବଳ ପବନ ସହ ଏହି ଝଡ଼ ମାରାତ୍ମକ ଓ ଆକସ୍ମିକ ବନ୍ୟା ସାବ୍ୟସ୍ତ ହୋଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି ।

ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା । ବାତ୍ୟା ଯୋଗୁଁ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ପବନ ବହିଛି । ଫ୍ଲୋରିଡାରେ ୩୦ ଲକ୍ଷ ଘରରୁ ଅଧିକ ଘର ଓ ଷ୍ଟୋରରେ ବିଜୁଳି ନାହିଁ । ବାତ୍ୟା ଉପକୂଳଛୁଇଁବା ପୂର୍ବରୁ ପ୍ରାୟ ୧୨୫ଟି ଘର ମାଟିରେ ମିଶିଯାଇଥିଲା । ତେବେ ସେଥିମଧ୍ୟରୁ ଅଧିକାଂଶ ଅସ୍ଥାୟୀ ଘର ଥିଲା ।

 

Get real time updates directly on you device, subscribe now.