fbpx

ଏହି ମନ୍ଦିରରେ ପୂଜା ପାଇଥାନ୍ତି ରାବଣ, ପୂରା କରନ୍ତି ଭକ୍ତଙ୍କ ମନସ୍କାମନା

ଓଡ଼ିଶା ଭାସ୍କର: ଏହି ସ୍ଥାନରେ ନିଆରା ଦଶହରା ଦେଖିବାକୁ ମିଳିଥାଏ । ଏଠି ମାତା ଦୁର୍ଗାଙ୍କ ପରିବର୍ତ୍ତେ ରାବଣା ପୂଜାର୍ଚ୍ଚନା କରାଯାଏ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ପରଦେଶୀପୁରା ଠାରେ ରହିଛି ଏକ ବିଶାଳ ମନ୍ଦିର । ଏଠାରେ ୧୦ ମୁଣ୍ଡ ବିଶିଷ୍ଟ ୬ ଫୁଟ୍ ଉଚ୍ଚ ରାବଣର ମୂର୍ତ୍ତି ପୂଜାର୍ଚ୍ଚନା କରାଯାଏ । କେବଳ ଏତିକି ନୁହେଁ ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠି ମାନସିକ ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପ୍ରତି ବର୍ଷ ଏହି ମନ୍ଦିରକୁ ଦୂର ଦୂରନ୍ତାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ୨୦୧୦ ମସିହାରେ ମହେଶ ଗୌହର ନାମକ ଜଣେ ବ୍ୟକ୍ତି ଏହି ମନ୍ଦିର ନିର୍ମାଣ କରିଥିଲେ । ରାବଣ ଜଣେ ବିଦ୍ୱାନ ଓ ଭଗବାନ ମହାଦେବଙ୍କର ଅବତାର ବୋଲି ସେ ମାନୁଥିଲେ । ସ୍ଥାନୀୟ ବାସିନ୍ଦା ଓ ଏଠାକୁ ଆସୁଥିବା ଭକ୍ତଙ୍କ କହିବାନୁଯାୟୀ ଏହି ମନ୍ଦିରେ ଏକ ମାହାଶକ୍ତି ରହିଛି ।

Get real time updates directly on you device, subscribe now.