fbpx

(Video) ଫର୍ମ ୨ ଥର ପଡ଼ିଲେ ମିଳିବନି ‘ସୁଭଦ୍ରା’ ଟଙ୍କା! ଏହି ଭୁଲ କରିବାର ପୂର୍ବରୁ ସାବଧାନ୍, ଯୋଜନାରୁ କଟିଯିବ ଆପଣଙ୍କ ନାଁ

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ତେବେ ଅଧିକାଂଶ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ତେଣୁ ଏମାନେ ବ୍ୟସ୍ତ ହୋଇ ପୁଣିଥରେ ସୁଭଦ୍ରା ଫର୍ମ ପୂରଣ କରି ଆବେଦନ କରିବା ଆରମ୍ଭ କରିଛନ୍ତି । ଆପଣ ଦ୍ୱିତୀୟ ଥର ଫର୍ମ ପକାଇଛନ୍ତି କି? ଯଦି ଫର୍ମ ପକାଇଛନ୍ତି କିମ୍ବା ପକାଇବାକୁ ଚିନ୍ତା କରୁଛନ୍ତି ତାହାଲେ ଏହି ଖବର ଆପଣଙ୍କ ପାଇଁ । ସୁଭଦ୍ରା ଯୋଜନାରେ ଦ୍ୱିତୀୟ ଥର ଫର୍ମ ପକାଇଲେ ବି ଆସିବ ନାହିଁ ଏହି ଯୋଜନାର ଟଙ୍କା । ତେବେ ଏଥିରେ ଯୋଜନାର ହିତାଧିକାରୀଙ୍କ ନାଁ କଟିଯିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଜାଣି ରଖନ୍ତୁ ଏହି ରିପୋର୍ଟ…

ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ମହିଳା ମାନଙ୍କୁ ମିଳିସାରିଛି ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଟଙ୍କା ଦ୍ୱିତୀୟ ପର୍ଯ୍ୟାୟରେ ମିଳିସାରିଛି । ହେଲେ ଏବେ ବି ଅନେକ ମହିଳା ମାନେ ଟଙ୍କା ପାଇ ନାହାଁନ୍ତି । ସେମାନଙ୍କର ନାଁ ବାରମ୍ବାର ପେଣ୍ଡିଂ ହୋଇ ରହି ଯାଉଛି । ଏମିତି ହେବା ପରେ ସେମାନେ ଦ୍ୱିତୀୟ ଥର ଯାଇ ଫର୍ମ ପକାଉଛନ୍ତି । ତଥାପି କିଛି ଲାଭ ହେଉ ନାହିଁ । ଫର୍ମ ଦ୍ୱିତୀୟ ଥର ପକାଇଲେ ବି ପେଣ୍ଡିଂ ହୋଇ ରହିଯିବ । କିଛି ବି ଲାଭ ହେବ ନାହିଁ । ଟଙ୍କା ପୂର୍ବ ଭଳି ଆସି ପାରିବ ନାହିଁ । ସୂଚନା ମୁତାବିକ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଆସିଲା ନାହିଁ । ଦ୍ୱିତୟ ପର୍ଯ୍ୟାୟରେ ମଧ ଆସିଲା ନାହିଁ ସୁଭଦ୍ରା ଟଙ୍କା । ଯାହାକୁ ନେଇ ହିତାଧିକାରୀ ଦ୍ୱିତୀୟ ଥର ଫର୍ମ ପକାଉଛନ୍ତି । ସୂଚନା ମୁତାବିକ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସଫା ସଫା ମନା କରିଦେଇଛନ୍ତ ଯେ କେହି ମଧ୍ୟ ଦ୍ୱିତୀୟ ଥର ଫର୍ମ ପକାଅ ନାହିଁ ।

ଏହାର କାରଣ ହେଉଛି ଯଦି ତଥ୍ୟ ଭୁଲ ଥାଇ ଫର୍ମ ପକାଇବେ କିଛି ବି ଲାବ ହେବ ନାହିଁ । ଯେତେ ଥର ଫର୍ମ ପକାଇଲେ ବି ଫର୍ମ ରିଜେକ୍ଟ ହୋଇଯିବ । ସେଥିପାଇଁ ବାରମ୍ବାର ଫର୍ମ ନପକାଇ କେବଳ ଭୁଲ ଥିବା ତଥ୍ୟ ଗୁଡ଼ିକ ଠିକ କରି ଦିଅନ୍ତୁ । ଯାହା ପରେ ସବୁ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଆସି ପହଞ୍ଚିବ । ସେପଟେ ଯଦି ଦେଖିବା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା । ଯେଉଁ ମାନଙ୍କ ପାଖକୁ ଟଙ୍କା ଯାଇ ନାହିଁ ଏହା ସେମାନଙ୍କ ପାଇଁ ଶେଷ ସୁଯୋଗ । ଏହା ପରେ ଆଉ ପ୍ରଥମ ପର୍ଯ୍ୟାୟର ଟଙ୍କା ଆସି ନପାରେ ।

Get real time updates directly on you device, subscribe now.