fbpx

(Video) ହେ ଭଗବାନ! ଶିକ୍ଷକଙ୍କ ପ୍ୟାଣ୍ଟ ଭିତରେ ପଶିଗଲା ଏକ କୋବ୍ରା, ବାହାରକୁ କାଢ଼ିବା ବେଳକୁ…

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଅଘଟଣ ଘଟିଥାଏ, ଯାହାକି ଅନ୍ୟ ପାଇଁ ବଡ଼ ବିପଦର କାରଣ ସାଜିଥାଏ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଗୋଟିଏ ସାପ ଜଣେ ଶିକ୍ଷକଙ୍କ ପ୍ୟାଣ୍ଟ ଭିତରେ ପଶିଯାଇଥିଲା । ଏହି ସାପଟି ଉକ୍ତ ବ୍ୟକ୍ତିଙ୍କ ପ୍ୟାଣ୍ଟ ଭିତରେ କିପରି ପ୍ରବେଶ କଲା ଭାବିବା ବେଳକୁ ସମସ୍ତେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ଉକ୍ତ ବ୍ୟକ୍ତିଙ୍କ ଜୀବନକୁ ନେଇ ସେମାନେ ସେତିକି ଆଶଙ୍କା କରିଥିଲେ । କୋବ୍ରା ଦୁନିଆର ସବୁଠାରୁ ଏକ ବିଷାକ୍ତ ସାପ ହୋଇଥିବା ବେଳେ ଏହି ସାପ କାମୁଡ଼ିଲେ ମଣିଷ ବଞ୍ଚିବା ମୁସ୍କିଲ ହୋଇଯାଇଥାଏ ।

ଖବର ମୁତାବକ, ଥାଇଲାଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ସ୍ପର୍ଶକାତର ଘଟଣା । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୁଇଜଣ ଯୁବକ କୋବ୍ରାକୁ ପ୍ୟାଣ୍ଟ ଭିତରୁ ବାହାରକୁ କାଢ଼ିବାକୁ ପ୍ରୟାସ କରୁଥିବା କ୍ଲିପରେ ଦେଖାଯାଉଛି । ଥାଇଲାଣ୍ଡର ଏକ ସ୍କୁଲରେ ଏହି ଘଟଣା ଘଟିଥିବା କ୍ୟାପସନରେ ଲେଖାଯାଇଛି । ଟ୍ରେନିଂ ସେଣ୍ଟରର କର୍ମଚାରୀମାନେ ସତର୍କତାର ସହ ଜଣେ ଶିକ୍ଷକଙ୍କ ପ୍ୟାଣ୍ଟରୁ କୋବ୍ରାକୁ ବାହାର କରିଥିଲେ । ସାପର ମୁହଁକୁ ଚାପି ଧରି ଶେଷରେ ତାକୁ ପ୍ୟାଣ୍ଟ ଭିତରୁ ବାହାର କରିଥିଲେ । ୩୪ ସେକେଣ୍ଡର ଏହି ଭିଡିଓକୁ ୧୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୟୁଜର୍ସଙ୍କ ତରଫରୁ ଭିନ୍ନ ଭିନ୍ନ କମେଣ୍ଟ ଆସିଥିଲା । ପ୍ୟାଣ୍ଟ ଭିତରେ ଥିବା ସମୟରେ କୋବ୍ରା ଯୁବକଙ୍କୁ କିପରି କାମୁଡ଼ିଲା ନାହିଁ ବୋଲି ଅନେକ ୟୁଜର୍ସ ପ୍ରଶ୍ନ କରିଥିଲେ । ତାହା ଏକ ଡେମୋ ପ୍ରୋଗ୍ରାମ ହୋଇଥାଇପାରେ ବୋଲି ଅନେକ କହିଥିଲେ ।

 

View this post on Instagram

 

A post shared by Independent Persian (@indypersian)

Get real time updates directly on you device, subscribe now.