fbpx

ବାବା ସିଦ୍ଦିକୀଙ୍କ ଜୀବନ ନେଇଥିବା ତିନି ସୁଟର କିଏ? ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ରାତିରେ ମୁମ୍ବାଇର ବାନ୍ଦ୍ରା ପୂର୍ବ ଅଞ୍ଚଳରେ ତିନି ଜଣ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ତୁରନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ଅତି କମରେ ଦୁଇ ତିନି ଜଣ ଲୋକ ତାଙ୍କ କାର୍ଯ୍ୟାଳୟ ବାହାରେ ତାଙ୍କୁ ଆକ୍ରମଣ କରିଥିଲେ ।

ଗାଡ଼ି ଉପରେ ଫାୟାରିଂ :-
କୁହାଯାଏ ଯେ ସେ ଅଫିସରେ ପହଞ୍ଚିବା ମାତ୍ରେ ଆକ୍ରମଣକାରୀମାନେ ଦୌଡ଼ି ଆସି ସିଦ୍ଦିକୀଙ୍କ ଉପରେ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ । ତାଙ୍କୁ ଚାରିଟି ଗୁଳି ବାଜିଥିଲା, ସେଥିମଧ୍ୟରୁ ଗୋଟିଏ ଛାତିରେ ବାଜିଥିଲା । ପୋଲିସ କହିଛି ଯେ ଗୁଳି ବିନିମୟ ପରେ ତୁରନ୍ତ ଆନେ୍ଧରି ପୂର୍ବରୁ ଦୁଇ ଜଣଙ୍କୁ ଅଟକ ରଖାଯାଇଥିଲା ଏବଂ କ୍ରାଇମ ବ୍ରାଞ୍ଚ ଦ୍ୱାରା ଅଧିକ ତଦନ୍ତ ଚାଲିଛି । ଏବେ ଅଭିଯୁକ୍ତ ସୁଟରଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

୨ ଅଭିଯୁକ୍ତ ଚିହ୍ନଟ :-
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଜଣେ ଅଭିଯୁକ୍ତ ହରିୟାଣାର ଏବଂ ଜଣେ ଅଭିଯୁକ୍ତ ଉତ୍ତରପ୍ରଦେଶର ବାସିନ୍ଦା । କିନ୍ତୁ ୧ ଜଣେ ଏବେବିି ସନ୍ଦିଗ୍ଧ । କୁହାଯାଉଛି ଯେ ଏହି ହତ୍ୟାକାଣ୍ଡ ପାଇଁ ଅନ୍ୟ ରାଜ୍ୟରୁ ସୁଟରଙ୍କୁ ସୁପାରି ଦିଆଯାଇଥିଲା । ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏଥିସହ ଅଭିଯୁକ୍ତଙ୍କ ବିଷୟରେ ଅଧିକ ସୂଚନା ସାମ୍ନାକୁ ଆସିନାହିଁ ।

ମହାରାଷ୍ଟ୍ର ରାଜନୀତିରେ ସିଦ୍ଦିକୀ ଜଣେ ବରିଷ୍ଠ ରାଜନେତା ଭାବେ ବେଶ୍ ପରିଚିତ । ସେ ଗତ ଫେବୃଆରୀ ମାସରେ କଂଗ୍ରେସ ଛାଡ଼ି ଏନସିପିରେ ସାମିଲ ହୋଇଥିଲେ । ସେ ୨୮ ବର୍ଷ ଧରି କଂଗ୍ରେସ ସହ ରହିଥିଲେ । ସେ ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମଭ କରି ପ୍ରଥମ ଥର ବିଏମସି କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୯୯, ୨୦୦୪ ଓ ୨୦୦୯ରେ ବାନ୍ଦ୍ରା ୱେଷ୍ଟ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ । ସେ ବାନ୍ଦା ପଶ୍ଚିମ ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହିତ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିଥିଲେ ।

Get real time updates directly on you device, subscribe now.