fbpx

ଦୀପାବଳି ପାଇଁ ୨୫% ଶସ୍ତା ହେଲା ଫ୍ଲାଇଟ୍ ଟିକେଟ୍‌, ଜାଣନ୍ତୁ କେଉଁ ରୁଟ୍ ଯାତ୍ରୀଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ । ଦୀପାବଳି ପାଇଁ ଫ୍ଲାଇଟ୍ ଟିକେଟରେ ହ୍ରାସ ଦେଖିବାକୁ ମିଳିଛି । ଟ୍ରାଭେଲ ପ୍ଲାଟଫର୍ମ ଇକ୍ସିଗୋ(Ixigo) କହିବାନୁଯାୟୀ ଗତ ବର୍ଷ ତୁଳନାରେ ଦୀପାବଳି ପାଖାପାଖି ଘରୋଇ ରୁଟରେ ଫ୍ଲାଇଟ୍ ଟିକେଟ୍ ମୂଲ୍ୟରେ ହାରାହାରି ୨୦-୨୫% ହ୍ରାସ ଦେଖିବାକୁ ମିଳିଛି ।

ଚଳିତ ବର୍ଷ ଦିଲ୍ଲୀ- କୋଲକାତା , ହାଇଦ୍ରାବାଦ- ଦିଲ୍ଲୀ ଏବଂ ଦିଲ୍ଲୀ- ଶ୍ରୀନଗର ରୁଟରେ ଫ୍ଲାଇଟ୍ ଟିକେଟରେ ୩୨% ହ୍ରାସ ଦେଖିବାକୁ ମିଳିଛି । ଇକ୍ସିଗୋ ଗ୍ରୁପର ସିଇଓ ଆଲୋକ ବାଜପେୟୀଙ୍କ କହିବାନୁଯାୟୀ ଗତ ବର୍ଷ Go First ଏୟାରଲାଇନ୍ସ ଦେବାଳିଆ ଘୋଷଣା ହେଲା ପରେ ଦୀପାବଳି ସମୟରେ ବିମାନ ଟିକେଟ କ୍ରୟ ପ୍ରଭାବିତ ହୋଇଥିଲା । ଚଳିତ ବର୍ଷ ବେଙ୍ଗାଲୁରୁ- କୋଲକାତା ଫ୍ଲାଇଟ୍ ପାଇଁ ହାରାହାରି ଟିକେଟ୍ ମୂଲ୍ୟ ୩୮% ହ୍ରାସ ପାଇ ୬, ୩୧୯ ଟଙ୍କା ରହିଛି । ଗତ ବର୍ଷ ଏହି ରୁଟରେ ଟିକେଟର ମୂଲ୍ୟ ୧୦, ୧୯୫ ଥିଲା । ଚେନ୍ନାଇ- କୋଲକାତା ରୁଟରେ ଟିକେଟ୍ ମୂଲ୍ୟ ୮, ୭୨୫ ଟଙ୍କାରୁ ୩୬% ହ୍ରାସ ପାଇ ୫,୬୦୪ ଟଙ୍କା ହୋଇଛି । ସେହିପରି ମୁମ୍ବାଇ- ଦିଲ୍ଲୀ ଫ୍ଲାଇଟର ହାରାହାରି ଟିକେଟ୍ ମୂଲ୍ୟ ୮୭୮୮ ଟଙ୍କାରୁ ୩୪% ହ୍ରାସ ପାଇ ୫୭୬୨ ଟଙ୍କାରେ ପହଂଚିଛି । ଦିଲ୍ଲୀ- ଉଦୟପୁର ରୁଟରେ ଟିକେଟ୍ ମୂଲ୍ୟରେ ୩୪% ହ୍ରାସ ଦେଖିବାକୁ ମିଳିଛି । ଟିକେଟ୍ ମୂଲ୍ୟ ମୋଟ୍ ୧୧, ୨୯୬ ଟଙ୍କା ହ୍ରାସ ପାଇ ୭୪୬୯ ଟଙ୍କାରେ ପହଂଚିଛି ।

Get real time updates directly on you device, subscribe now.