fbpx

ଅଭାବ, ଅସୁବିଧା ଦୂର କରିବାର ବେଳ ଆସିଛି, ଚାହିଁଲେ ଆଜି ଭାଗ୍ୟ ବଦଳାଇ ଦେଇପାରିବେ

ନୂଆଦିଲ୍ଲୀ: ଦଶହରାରେ ରାବଣ ଦହନ ଅନୁଷ୍ଠିତ ହୁଏ । ରାବଣକୁ ପୋଡିବା ପରେ ସରିନଥାଏ ଦଶହରା ଓ ରାବଣ ପୋଡିର ପର୍ବ । ରାବଣର ଚିତାଭସ୍ମ ବା ପାଉଁଶ ସଂଗ୍ରହ କରି ତାକୁ ଘରକୁ ଆଣିବା ହେଉଛି ପର୍ବ ସମାପ୍ତି । ରାବଣର ଚିତାଭସ୍ମ ଘରକୁ ଆଣିବାକୁ ଶୁଭ ଓ ମଙ୍ଗଳକାରୀ କୁହାଯାଏ । କାରଣ ଏହି ଚିତାଭସ୍ମ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ । ଏହି ଭସ୍ମ ଘରକୁ ସକାରାତ୍ମକ ଶକ୍ତିର ଆବାହନ କରେ । ଏହା ବ୍ୟତୀତ ରାବଣର ଚିତାଭସ୍ମକୁ ନେଇ ରହିଛି ଗୁଢ ରହସ୍ୟା

ପୈାରାଣିକ ବିଷୟ ବସ୍ତୁ ଅନୁଯାୟୀ, ସୁନାର ଲଙ୍କାକୁ କୁବେର ଗଢାଇଥିଲେ । ତେଣୁ ଲଙ୍କା ବା ରାବଣର ପାଉଁଶ ସିନ୍ଦୁକ ବା ଲକରରେ ରଖିଲେ ଧନର ଆଗମନ ହେବ ବୋଲି ବିଶ୍ୱାସ ରହିଛି । ଘରକୁ ସୁଖ ସମୃଦ୍ଧିର ଆଗମନ ହୁଏ । ସବୁ ନକାରାତ୍ମକ ଶକ୍ତି ଦୂରେଇ ଯାଆନ୍ତି । ତେଣୁ ଲୋକେ ବିଜୟା ଦଶମୀରେ ରାବଣ ପୋଡି ପରେ ପାଉଁଶ ସଂଗ୍ରହ କରି ଘରକୁ ଆଣିଥାନ୍ତି ।

ଅନ୍ୟ କିଛି ମାନ୍ୟତା ଅନୁଯାୟୀ, ଅସ୍ତିର ପ୍ରତିକ ପାଉଁଶ ରଖିବା ଦ୍ୱାରା ଧନଧାନ୍ୟ ବୃଦ୍ଧି ହୁଏ । ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୁଏ । ଘରୁ ସବୁ ପ୍ରକାରର ନକାରାତ୍ମକ ଶକ୍ତି ଅପସରି ଯାଆନ୍ତି । ମାନ, ସମ୍ମାନ, ସବୁ କିଛି ଏହି ପାଉଁଶ ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି ।

 

Get real time updates directly on you device, subscribe now.