fbpx

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତର ସେମି ଆଶା ମଉଳିଲା

ନୂଆଦିଲ୍ଲୀ: ଟି-୨୦ ମହିଳା ବିଶ୍ୱକପ ୨୦୨୪ରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ମାତ୍ର ୯ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୯ ୱିକେଟ ହରାଇ ୨୦ ଓଭରରେ ୧୪୨ ରନରେ ଅଟକି ଯାଇଥିଲା । ତେବେ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପରାଜିତ ହେବା ଭାରତ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି ।

ଗ୍ରୁପ-ଏ’ରେ ଏବେ ଅଷ୍ଟ୍ରେଲିଆ ୪ଟି ମ୍ୟାଚରୁ ସର୍ବାଧିକ ୮ ପଏଣ୍ଟ ପାଇ ସେମିରେ ପହଞ୍ଚି ସାରିଛି । ଅନ୍ୟପକ୍ଷରେ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟଙ୍କର ପଏଣ୍ଟ ୪-୪ରେ ସମାନ ସ୍ତରରେ ରହିଛି । ନ୍ୟୁଜିଲାଣ୍ଡ ଠାରୁ ଭାରତର ରନରେଟ ଏବେ ଭଲ ସ୍ଥିତିରେ ରହିଛି । ତେବେ ଅକ୍ଟୋବର ୧୪ରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ଏବେ ଭାରତର ସେମିଫାଇନାଲ ଭାଗ୍ୟ ନିର୍ଭର କରୁଛି । ଏହି ମ୍ୟାଚରେ ଯଦି ପାକିସ୍ତାନ ବିଜୟୀ ହୁଏ ତେବେ ଭାରତ ୬ ପଏଣ୍ଟ ପାଇ ସେମିରେ ପହଞ୍ଚିଯିବ । ମାତ୍ର ଯଦି ନ୍ୟୁଜିଲାଣ୍ଡ ବିଜୟୀ ହେବ ତେବେ ସେ ସେମିରେ ପହଞ୍ଚିଯିବ । ତେଣୁ ଆସନ୍ତାକାଲିର ମ୍ୟାଚର ଫଳାଫଳ ଉପରେ ଭାରତର ସେମିଫାଇନାଲ ଖେଳିବା ନ ଖେଳିବା ନିର୍ଭର କରୁଛି ।

Get real time updates directly on you device, subscribe now.