ଦିପାବଳୀ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଆକାଉଣ୍ଟକୁ କେତେ ଟଙ୍କା ଆସିବ, କେଉଁମାନେ ଏହାର ଫାଇଦା ପାଇବେ?

ନୂଆଦିଲ୍ଲୀ: ଦଶହରା ସରିଥିବା ବେଳେ ଆଗକୁ ଆସୁଛି ଦିପାବଳୀ । ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଦିପାବଳୀ ବୋନସ୍ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର ପକ୍ଷରୁ ୨୦୨୩-୨୪ ପାଇର୍ ନନ ପ୍ରଡକ୍ଟିଭିଟଇ ଲିଙ୍କଡ ବୋନସ (ଆଡ ହକ୍ ବୋନସ) ଦେବା ନେଇ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ପାରିଶ୍ରମିକ ବରାବର ଏହି ବୋନସ୍ ମିଳିବ । ଗ୍ରୁପ-ସି ଓ ଗ୍ରୁପ-ବି’ର ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି । ଯେଉଁମାନେ କୌଣସି ଉତ୍ପାଦକତା ସହ ଜଡ଼ିତ ବୋନସ ଯୋଜନର ଅଂଶ ହୋଇନଥିବେ ସେମାନେ ଏହି ବୋନସ ପାଇବେ । ବୋନସର ଗଣନା ପାଇଁ ସର୍ବାଧିକ ମାସିକ ବେତନ ୭ ହଜାର ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ଓ ସଶସ୍ତ୍ର ବଳର କର୍ମଚାରୀଙ୍କ ସମେତ କେନ୍ଦ୍ର ସରକରଙ୍କ ବେତନ ଢାଞ୍ଚାର ପାଳନ କରୁଥିବା କେନ୍ଦ୍ରଶାସିତ ଅଞ୍ଚଳର କର୍ମଚାରୀମାନେ ମଧ୍ୟ ଏହି ବୋନସ୍ ପାଇବେ । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସେବାରେ ରହିଥିବା କର୍ମଚାରୀ ଓ ବର୍ଷକ ମଧ୍ୟରେ ଅତିକମରେ ୬ ମାସ ନିରନ୍ତର ଭାବେ ସେବା କରିଥିବା କର୍ମଚାରୀ ଏହି ବୋନସ ପାଇବାକୁ ଯୋଗ୍ୟ ହେବେ । ଯେଉଁ କର୍ମଚାରୀମାନେ ପୂରା ଏକ ବର୍ଷ ମଧ୍ୟରେ କମ୍ ସମୟ ସେବା କରିଥିବେ, ସେମାନେ କାମ କରିଥିବା ମାସ ଆଧାରରେ ଆନୁପାତିକ ବୋନସ୍ ମିଳିବ । ଯଦି କୌଣସି କର୍ମଚାରୀଙ୍କ ମାସିକ ବେତନ ୭ ହଜାର ହୋଇଥିବ, ତେବେ ତାଙ୍କର ବୋନସ ପାଖାପାଖି ୬,୯୦୮ ଟଙ୍କା ହେବ । କ୍ରମାଗତ ୩ ବର୍ଷ ପାଇର୍ ଏକ ବର୍ଷରେ ଅତିକମରେ ୨୪୦ ଦିନ କାମ କରିଥିବା କାଜୁଆଲ ଲେବରମାନେ ମଧ୍ୟ ଏହି ବୋନସ ପାଇବାକୁ ଯୋଗ୍ୟ ହେବେ । ଏହାର ଗଣନା ପ୍ରତି ମାସରେ ୧,୨୦୦ ଟଙ୍କା ଆଧାରରେ କରାଯିବ ।

Get real time updates directly on you device, subscribe now.