ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମେଡିକାଲର ସୁରକ୍ଷା କର୍ମୀ ଧକ୍କା ପେଲା, ଉତ୍ତେଜନା

ଭୁବନେଶ୍ୱର: ରାଜଧାନୀରେ ସାମ୍ବାଦିକଙ୍କୁ ମାଡ ଅଭିଯୋଗ । ସମ୍ବାଦ ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଠେଲାପେଲା ଓ ମାଡ ପରି ଅଭିଯୋଗ । ଘଟଣା ପରେ ସମସ୍ତ ସାମ୍ବାଦିକ ମେଳି କରି ଘଟଣାକୁ ନିନ୍ଦା କରିବା ସହ ସଂସ୍ଥା ପକ୍ଷରୁ କ୍ଷମା ପ୍ରାର୍ଥନା ମାଗିଛନ୍ତି ।

ଗତକାଲି ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଜଣେ ଅଟୋ ଚାଳକ ବିଦ୍୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଗୋଟିଏ ଦିନରେ ବିଏସକେୱାଇ ଟଙ୍କା ସରିଯିବାରୁ ଅଟୋ ଚାଳକଙ୍କୁ ଅନ୍ୟ ହସ୍ପିଟାଲ ନେବାକୁ କୁହାଯାଇଥିଲା ।

ଏହି ଖବର ପାଇ କିଛି ପୋର୍ଟାଲର ସାମ୍ବାଦିକ ହସ୍ପିଟାଲକୁ ଯାଇଥିଲେ ଖବର ସଂଗ୍ରହ କରିବାକୁ । କିନ୍ତୁ ସୁରକ୍ଷାମ୍ର୍ୀ ସାମ୍ବାଦିକଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ବାରମ୍ବାର କହିବା ପରେ ସୁରକ୍ଷା କର୍ମୀ ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ସାମ୍ବାଦିକଙ୍କୁ ସୁôରକ୍ଷା କର୍ମୀ ଧକ୍କା ଦେଇଥିଲେ । ସାମ୍ବାଦିକଙ୍କ ମଧ୍ୟରେ ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ହସ୍ପିଟାଲରେ ରୁଣ୍ଡ ହୋଇଥିଲେ ।

କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସେପଟେ ସାମ୍ବାଦିକଙ୍କ ମଧ୍ୟରେ କର୍ତ୍ତୃପକ୍ଷଙ୍କ ଏତାଦୃଶ କାମକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବହୁ ସଂଖ୍ୟାରେ ସାମ୍ବାଦିକ ଏକଜୁଟ ହୋଇ ହସ୍ପିଟାଲ ତରଫରୁ ସମ୍ପୃକ୍ତ ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛି ।

Get real time updates directly on you device, subscribe now.