fbpx

ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ମଧ୍ୟ ହେବ । ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କୁ ଏନେଇ ଚିଠି ମାଧ୍ୟମରେ ଜଣାଇଛି ଏନଟିସିଏ । ଗାଇଡ଼ ଲାଇନ୍ ପାଳନରେ ବିଫଳ ରାଜ୍ୟ ବନ ବିଭାଗ ବୋଲି ଏନଟିସିଏ କହିଛି । ନିୟମ ଉଲ୍ଲଙ୍ଘନ କରି ସୁନ୍ଦରୀକୁ ଛୋଟ ଏନକ୍ଲୋଜରରେ ରଖାଯାଇଥିଲା । ବତ୍ତର୍ମାନ ସାତକୋଶିଆ ଏନକ୍ଲୋଜରରେ ବାଘୁଣୀ ସୁନ୍ଦରୀ ରହିଛି ।

ଉଲ୍ଲେଖଯୋଗ୍ୟ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ସୁନ୍ଦରୀ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ନଯାଇ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ ଘୂରି ବୁଲୁଥିଲା। ଏହାକୁ ନେଇ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଗାଁ ଲୋକେ ଦାବି କରିଥିଲେ। ଶେଷରେ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଟ୍ରାଙ୍କୁଲାଇଜ୍ ଟିମକୁ ଚକମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ଯଶୋଦା ହାତୀକୁ ନେଇ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ସେବେଠୁ ସୁନ୍ଦରୀ ଏନକ୍ଲୋଜରରେ ରହିଛି।

 

Get real time updates directly on you device, subscribe now.