ହରିୟାଣାରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ନାୟବ ସିଂହ ସୈନି, ଶପଥ ପାଠ କରାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ: ହରିୟାଣାରେ ନାୟବ ସିଂହ ସୈନିଙ୍କର ଦ୍ବିତୀୟ ଇନିଂସ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୈନି । କ୍ରମାଗତ ଦ୍ବିତୀୟ ଥର ଭାବେ ସେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ସୈନିଙ୍କୁ ଶପଥପାଠ କରାଇଛନ୍ତି ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ । ପ
ପଞ୍ଚକୁଲାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ମନ୍ତ୍ରୀ ଯୋଗ ଦେଇଥିଲେ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ବିଜେପିରୁ ମୋଟ 13 ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 16 ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

ନାୟବ ସିଂ ସୈନିଙ୍କ ସହିତ 13ଜଣ ନେତା ମଧ୍ୟ ଶପଥ ନେଇଛନ୍ତି । ଭାଜପା ବିଧାୟକ ଅନିଲବିଜ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ପାଠ କରି ସୈନି କହିଛନ୍ତି, “ଭାରତର ସମ୍ବିଧାନ ପ୍ରତି ଶ୍ରଦ୍ଧା ଏବଂ ନିଷ୍ଠା ରଖିବି । ଭାରତର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବି । ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ମୋର କାର୍ଯ୍ୟକୁ ଶ୍ରଦ୍ଧାପୂର୍ବକ ସମ୍ପାଦନ କରିବି । ”

Get real time updates directly on you device, subscribe now.