୪୬ ରନରେ ଅଲଆଉଟ ହେଲା ଟିମ ଇଣ୍ଡିଆ, ମ୍ୟାଟ ହେନରୀ ନେଲେ ୫ ୱିକେଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଟିମ ଇଣ୍ଡିଆ ୪୬ ରନରେ ଅଲ ଆଉଟ ହୋଇଛି। ଟିମ ଇଣ୍ଡିଆ ପାଇଁ ସବୁଠାରୁ ଅଧିକ ରନ ଋଷଭ ପନ୍ତ କରିଛନ୍ତି। ସେ ୨୦ ରନର ଇଂନିସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ ୧୩ ରନ ହାସଲ କରିଛନ୍ତି। ଟିମ ଇଣ୍ଡିଆର ୫ଜଣ ବ୍ୟାଟ୍ସମ୍ୟାନ ଏହି ମ୍ୟାଚରେ ଖେଳିପାରିନାହାନ୍ତି। ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନରୀ ୫ ଏବଂ ବିଲିୟମ ୪ଟି ୱିକେଟ ନେଇଛନ୍ତି। ଏହା ବ୍ୟତୀତ ଟିମ ସାଉଥୀ ଗୋଟିଏ ୱିକେଟ ହାସଲ କରିଛନ୍ତି।

ଭାରତର ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ମ୍ୟାଚର ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି, ଯେଉଁଥିରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମୁକାବିଲାରେ ପ୍ରଥମ ଦିନ ଖେଳରେ ଲଗାତାର ବର୍ଷା ହେବା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା।

Get real time updates directly on you device, subscribe now.