ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ହ୍ରାସ ପାଇବ GST! ବଡ଼ ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ବୈଠକରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ: ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଦ୍ରବ୍ୟ ଓ ସେବା କର (ଜିଏସଟି) ରେଟକୁ ଯୁକ୍ତିସଙ୍ଗତ କରିବା ଓ ଉପରୋକ୍ତ ଦୁଇ ବୀମା ଉପରୁ ଜିଏସଟି ହ୍ରାସ କରିବା ପାଇଁ ଖୁବଶୀଘ୍ର ଆଲୋଚନା ହେବ । ଦୁଇ ମନ୍ତ୍ରୀ ଗ୍ରୁପକୁ ନେଇ ଆସନ୍ତା ୧୯ ତାରିଖରେ ଏକ ବୈଠକ ବୈଠକ ବସିବ ଉକ୍ତ ବୈଠକରେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ହ୍ରାସ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ ।

ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀଙ୍କ ନେତୃଥ୍ୱରେଗଠିତ ମନ୍ତ୍ରୀ ଗ୍ରୁପସ ଏହା ଉପରେ ନିଷ୍ପତ୍ତି ନେବ । ବୀମା ପ୍ରିମିୟମ ଉପରେ ଟ୍ୟାକ୍ସର ଦରକୁ ୧୮ ପ୍ରତିଶତକୁ ହ୍ରାସ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯିବ । ଚୌଧରୀଙ୍କ ନେତୃତ୍ୱରେ ଏକ ଅନ୍ୟ ମନ୍ତ୍ରୀ ଗ୍ରୁପର ବୈଠକ ମଧ୍ୟ ବସିବ । ଜିଏସଟି ଦରକୁ ଯୁକ୍ତିସଂଗନ କରିବା ପାଇଁ ସେହି ଗ୍ରୁପକୁ ଗଠନ କରାଯାଇଥିଲା । ବୈଠକରେ ସ୍ଲାବକୁ କମ କରିବା, ଅଧିକ ବସ୍ତୁକୁ ୫ ପ୍ରତିଶତ ଟ୍ୟାକ୍ସ ଅଧିନକୁ ଆଣିବା, ଚିକିତ୍ସା ଓ ଔଷଧି ସମ୍ବନ୍ଧିତ ବସ୍ତୁ, ସାଇକେଲ ଓ ବୋତଲବନ୍ଦ ପାଣି ଉପରେ ଟ୍ୟାକ୍ସକୁ ଯୁକ୍ତିସଙ୍ଗତ କରିବା ନେଇ ଚର୍ଚ୍ଚା ହେବ ।

ବର୍ତ୍ତମାନ ଜିଏସଟିର ଚାରି-ସ୍ତରୀୟ ସଂରଚନାରେ ୫, ୧୨, ୧୮ ଓ ୨୮ ପ୍ରତିଶତ ଦର ରହିଛି । ଜିଏସଟି ଅଧିନରେ ଆବଶ୍ୟକୀୟ ବସ୍ତୁଗୁଡ଼ିକୁ କରରୁ ଛାଡ଼ ଦିଆଯାଇଥାଏ ବା ସେଗୁଡ଼ିକୁ ସବୁଠାରୁ କମ୍ ସ୍ଲାବରେ ରଖାଯାଇଥାଏ । ସେହିପରି କ୍ଷତି ହେଉଥିବା ବସ୍ତୁଗୁଡ଼ଇକୁ ସବୁଠାରୁ ଅଧିକ ଟ୍ୟାକ୍ସ ସ୍ଲାବରେ ରଖାଯାଇଥାଏ । ଜିଏସଟି ପରିଷଦ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମ ଉପରେ ରହିଥିବା ଦରକୁ ୧୮ ପ୍ରତିଶତରୁ କମ୍ କରିବାର ସମ୍ଭାବନା ସନ୍ଧାନ ପାଇଁ ମନ୍ତ୍ରୀ ଗ୍ରୁପ ଗଠନ କରାଯାଇଥିଲା । ଏହି ଗ୍ରୁପକୁ ଅକ୍ଟୋବର ଶେଷ ସୁଦ୍ଧା ନିଜର ରିପୋର୍ଟ ଦେବାକୁ କୁହାଯାଇଥିଲା ।

Get real time updates directly on you device, subscribe now.