(Video)ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବେ ତ ଋଷଭ? ବିରାଟଙ୍କ ୱିକେଟ ପରେ ଚିନ୍ତାରେ Captain ରୋହିତ: କେମିତି ଅଛନ୍ତି ପନ୍ତ?

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଏବଂ ସରଫରାଜଙ୍କ ଅର୍ଦ୍ଧଶତକ ବଳରେ ଭାରତ ବଡ଼ ସ୍କୋର ଅଭିମୁଖେ ଆଗଭର ହୋଇଛି । କିନ୍ତୁ ଏବେ ବି ଅଧିନାୟକ ରୋହିତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ଷ୍ଟାର ୱିକେଟକିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ତୃତୀୟ ଦିନ ଖେଳର ଶେଷ ବଲରେ ବିରାଟ କୋହଲି ଆଉଟ ହେବା ପରେ ୠଷଭଙ୍କୁ ଖୋଜୁଛନ୍ତି ରୋହିତ । ଦ୍ୱିତୀୟ ଇନିଂସରେ ଋଷଭ ବ୍ୟାଟିଂ କରିପାରିବେ କି ନାହିଁ, ସେ ନେଇ ରୋହିତଙ୍କ ସହ ଟିମ ଇଣ୍ଡିଆର ପ୍ରଶଂସକ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ନଚେତ୍ ମାତ୍ର ୧୦ ଜଣଙ୍କୁ ନେଇ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।

ତେବେ ତୃତୀୟ ଦିନର ଖେଳ ଶେଷ ପରେ ଟିମ ଇଣ୍ଡିଆକୁ ଋଷଭ ପନ୍ତଙ୍କୁ ନେଇ ଏକ ବଡ଼ ଅପଡେଟ ମିଳିଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ଋଷଭ ସୁସ୍ଥ ଅଛନ୍ତି ବୋଲି ଡ୍ରେସିଂ ରୁମରୁ ସୂଚନା ମିଳିଛି । ଏହାସହିତ ସେ ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରିବାକୁ ମଧ୍ୟ ପ୍ରସ୍ତୁତ ରହିଥିବା ଜାଣିବାକୁ ମିଳିଛି । ଆହତ ସମସ୍ୟାରୁ ବାହାରି ପନ୍ତ ବର୍ତ୍ତମାନ ମଇଦାନକୁ ପେରିବା ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଡ୍ରେସିଂ ରୁମ ତରଫରୁ ସୂଚନା ଦିଆଯାଇଛି । ଏହାବ୍ୟତୀତ ଭାରତର ଦ୍ୱିତୀୟ ଇନିଂସରେ ଋଷଭ ପ୍ୟାଡ୍ ପିନ୍ଧି ବ୍ୟାଟିଂ କରିବାକୁ ପ୍ରସ୍ତୁତ ଥିବା ଦେଖାଯାଇଛି ।

ଦ୍ୱିତୀୟ ଇନିଂସରେ ଋଷଭ ପନ୍ତ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ କୋହଲି ଆଉଟ୍ ହେବା ପରେ ଷ୍ଟମ୍ପ ଘୋଷଣା କରାଯାଇଥିଲା। ତେଣୁ ପନ୍ତ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିପାରିନଥିଲେ। କିନ୍ତୁ ସେ ଚତୁର୍ଥ ଦିନରେ ବ୍ୟାଟିଂ କରିବାକୁ ଆସିବେ ବୋଲି ଆଶା କରାଯାଉଛି । ବିରତୀ ସମୟରେ ସେ ଅଭ୍ୟାସ ମଧ୍ୟ କରିଥିଲେ। ବ୍ୟାଟିଂରେ ପନ୍ତଙ୍କର କୌଣସି ଅସୁବିଧା ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଛି। ବିରାଟ କୋହଲି ତିନି ନମ୍ବରରେ ଏବଂ ସରଫରାଜ ଖାନ ଚତୁର୍ଥ ନମ୍ବରରେ ଦମଦାର ବ୍ୟାଟିଂ କରି ଭାରତର ସ୍କୋର ଆଗେଇ ନେଇଛନ୍ତି । କିନ୍ତୁ ଦିନର ଶେଷ ବଲରେ କୋହଲି ଆଉଟ ହୋଇ ପାଭିଲିୟନ ପେରି ଯାଇଛନ୍ତି । ବର୍ତ୍ତମାନ ଭାରତ ଆହୁରି ୧୨୫ ରନ୍ ପଛୁଆ ରହିଛି ।

 

Get real time updates directly on you device, subscribe now.