fbpx

ଏଣିକି ୨୨୦୦ ଟଙ୍କା ଦେଲେ ରାଜ୍ୟରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,୩ ।୭(ଓଡିଶା ଭାସ୍କର): କରୋନା ଟେଷ୍ଟ ପାଇଁ ଚିନ୍ତିତ ଥିବା ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ଏଣିକି ୨୨୦୦ ଟଙ୍କାରେ ରାଜ୍ୟରେ ହୋଇପାରିବ କରୋନା ଟେଷ୍ଟ । ଏନେଇ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ଦେୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଜିଏସିଟି ମିଶିବା ପରେ ୨୨୦୦ ଟଙ୍କାରେ ଧାର୍ଯ୍ୟ ହୋଇଛି ସର୍ବାଧିକ ଦର । ଏନେଇ ଆପୋଲୋ, ସମ୍, ଏଏନଡିଏନଏ ଲାଇଫ୍ ସାଇନ୍ସେସରେ ପରୀକ୍ଷା ହୋଇପାରିବ । ଜେନଏକ୍ସ ଡାଇଗ୍ନୋଷ୍ଟିକରେ ବି ଘରୋଇ ଭାବେ କରୋନା ପରୀକ୍ଷା ହେବ ।

ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଆଜି ରାଜ୍ୟରେ ସର୍ବାଧିକ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେମାତ୍ର ୨୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.