(Video) ଫ୍ୟାନ ପଚାରିଲେ RCBକୁ ଆସିଯାଅ, ରୋହିତ ଶର୍ମା ଦେଲେ ଏହି ବଡ଼ ହିଣ୍ଟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବେଙ୍ଗଲୁରୁରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଏକ ଭିଡିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଫ୍ୟାନ ରୋହିତଙ୍କୁ ଆରସିବିରେ ଯୋଗ ଦେବା ପାଇଁ ନେହୁରା କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ରୋହିତ ପ୍ରଥମ ଇନିଂସରେ ମାତ୍ର ୨ ରନ, ହେଲେ ଦ୍ୱିତୀୟ ଇନିଂସରେ ସେ ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲା।

ରୋହିତ ଶର୍ମାଙ୍କ ଏହି ଭାଇରାଲ ଭିଡିଓ ଚତୁର୍ଥ ଦିନର ଖେଳ ସମାପ୍ତ ହେବା ପରେ ନିଆଯାଇଥିଲା। ରୋହିତ ମଇଦାନ ବାହାରକୁ ଯାଉଥିଲେ, ସେତିକି ବେଳେ ଜଣେ ଫ୍ୟାନ ତାଙ୍କୁ ପଚାରିଛନ୍ତି ଯେ, ସେ ଆଇପିଏ୨୦୨୫ ପାଇଁ କେଉଁ ଟିମକୁ ଯାଉଛନ୍ତି। ରୋହିତ ଉତ୍ତରରେ ପଚାରିଲେ ଫ୍ୟାନ ତାଙ୍କୁ କେଉଁ ଟିମରେ ପଠାଇବାକୁ ଚାହୁଁଛନ୍ତି। ଏହାପରେ ଯାହା ଫ୍ୟାନଙ୍କ ରିଆକ୍ସନ ଆସିଛି , ରାହା ଇଣ୍ଟରନେଟ ସାମ୍ନାରେ ହଇଚଇ ସୃଷ୍ଟି କରିଛି। ସେହି ଫ୍ୟାନ କହିଛନ୍ତି ଯେ, ଭାଇ, ଆରସିବିରେ ଆସିଯାଅ। ରୋହିତ ଶର୍ମା ବିନା କିଛି କହି ସେଠାରୁ ଚାଲିଗଲେ।