ଇଜରାଇଲ ହତ୍ୟା କରିଥିବା ବ୍ୟକ୍ତି ୟାହ୍ୟା ସିନୱାରର, କେମିତି ହେଲା ପ୍ରମାଣିତ ?

ଜେରୁଜେଲମ: ହମାସ ମୁଖିଆ ୟାହ୍ୟା ସିନୱାରକୁ ଇଜରାଇଲ ହତ୍ୟା କରିଥିବା ଦାବି କରୁଛି । ତେବେ ସତରେ କଣ ସିନୱାରଙ୍କ ମୃତ୍ୟୁ ହୋଇଛି? କେମିତି ହେଲା ଶବ ଚିହ୍ନଟ? ଶବ ଚିହ୍ନଟକୁ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପ୍ରଥମ ପ୍ରମାଣ ହେଉଛି ଟ୍ୟାଙ୍କ, ଯେଉଁଥିରେ ସିନୱାର ରହୁଥିବା କୋଠାକୁ ଧୂଳିସାତ୍ କରାଯାଇଥିଲା । ଦ୍ୱିତୀୟ ଦାବି ହେଉଛି, ସିନୱାରକୁ ମାରିବାକୁ ଇଜରାଇଲ ତିନୋଟି ବଡ ହତିଆରର ବ୍ୟବହାର କରିଥିଲା ।

ସେହିପରି ଇଜରାଇଲ ସେନା ସିନୱାର ଶବ ନିକଟରେ ପହଞ୍ଚିବା ପରେ ମଧ୍ୟ ସେମାନେ ବିଶ୍ୱାସ କରିପାରିନଥିଲେ କି, ହମାସ ମୁଖ୍ୟକୁ ମାରିବାରେ ସକ୍ଷମ ହୋଇଛନ୍ତି । କାରଣ ସେ ବଙ୍କରରେ ଲୁଚି ରହିଥିବା ନେଇ ଖବର ଆସୁଥିଲା । କିନ୍ତୁ ଧ୍ବଂସସ୍ତୁପରେ ପରିଣତ କୋଠାର ସୋଫାରେ ମୁହଁ ଲୁଚେଇ ବସିଥିବା ସିନୱାର ଯେ ବାହାରିବ ଏ ବିଶ୍ବାସ ଇଜରାଇଲ ସେନାକୁ ନ ଥିଲା ।ଏହି କାରଣ ଥିଲା କି, ଆତଙ୍କୀକୁ ସେନା ମାରିବା ପରେ ତାର ମୁହଁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ତାର ମୁହଁ ଅବିକଳ ସିନୱାର ପରି ଥିଲା ।

ତେବେ ଶବ ସିନୱାରର କି ନାହିଁ ତାର ପ୍ରମାଣପାଇଁ ଇଜରାଇଲ ସେନା ଆପଣେଇଥିଲା ଆଶ୍ଚର୍ଯ୍ୟ କଲାପରି ପଦକ୍ଷେପ । ଶବର ଅଙ୍ଗିଳି କାଟି ନିଆଯାଇଥିଲା । ତାକୁ ଇଜରାଇଲ ପଠାଇ ତ।।ର ପରୀକ୍ଷା କରାଗଲା, ଯେଉଁଥିରେ ସିନୱାରର ଡିଏନଏ ସାମ୍ପୁଲ ମିଳିଥିଲା । ଡିଏନଏ ସାମ୍ପୁଲ ସେ ବସିଥିବା ବଙ୍କରରୁ ସଂଗ୍ରହ ହୋଇଥିଲା । ସେଠି ସେ ଇଜରାଇଲ ସେନା କବଳରୁ ମୁକୁଳି ଯାଇଥିଲା ।