(Video) ପାକିସ୍ତାନରେ କେମିତି ଝଗଡ଼ା କରନ୍ତି ସ୍ୱାମୀ-ସ୍ତ୍ରୀ? କ’ଣ ହୁଏ ପରିଣାମ? ସୋସିଆଲ ମିଡିଆ ଦେଖାଇଲା ସତ…

ଓଡ଼ିଶା ଭାସ୍କର: କଥାରେ ଅଛି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି… ଏକଥା ସମସ୍ତ ପରିବାରରେ ଦେଖାଯାଏ । ତେବେ ପ୍ରତି ଘରେ ବେଳେ ବେଳେ ମନମାଳିନ୍ୟ ପାଟିତୁଣ୍ଡ, ଝଗଡ଼ା ହୋଇଥାଏ । କିଛି ସମୟ ପରେ ଏହି ସମସ୍ୟା ସମାଧାନ ବି ହୋଇଯାଏ । ବିଶେଷ କରି ପରିବାରରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଲେ, ଏହାକୁ ସମାଧାନ ଉଭୟ ଦମ୍ପତ୍ତି ନିଜ ଭିତରେ ସୀମିତ ରଖି ସମାଧାନ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା ହେବାର ଏକ ଭିଡିଓ ପାକିସ୍ତାନରୁ ଆସି ଭାରତରେ ପହଞ୍ଚି ଯାଇଛି । ସୀମା ସେପାରିରେ ଜଣେ ଦମ୍ପତ୍ତିଙ୍କ ପାରବାରିକ କଳି ଏବେ ବର୍ଡର ପାର କରି ଆମ ଦେଶରେ ପହଞ୍ଚିଛି ।

ସୋସିଆଲ ମିଡିଆ ଏବେ ଖୁବ ଆକ୍ଟିଭ ହୋଇ ରହିଛି । ଖୁବ କମ୍ ସମୟରେ ଏକ ଘଟରା ସାରା ବିଶ୍ୱବାସୀଙ୍କ ପାଇଁ ଟ୍ରେଣ୍ଡିଂ ଖବର ପାଲଟି ଯାଉଛି । ଏହା ଭିତରେ ପାକିସ୍ତାନର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସ୍ୱାମୀ-ସ୍ତ୍ରୀଙ୍କ ଭିତରର ଝଗଡ଼ା ଏବେ ଘର ଦୁଆର ନୁହେଁ, ଦେଶର ବର୍ଡର ପାର କରି ଅନ୍ୟ ଦେଶରେ ଘୁରି ବୁଲୁଛି । ଏହି ଭିଡିଓରେ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ପରେ ନିଜକୁ ଧିକ୍କାର କରୁଥିବା ସ୍ୱାମୀଙ୍କ ରିଆକ୍ସନର ଭିଡିଓ ଦେଖିବାକୁ ମିଳିଛି । ଏଥିରେ ଜଣେ ବ୍ୟକ୍ତି ପତ୍ନୀଙ୍କ କାରନାମାରେ ବିରକ୍ତ ହୋଇ ନିଜ ମୁଣ୍ଡକୁ ପିଟୁଥିବା ଦେଖିବାକୁ ମିଳିଛି । ପତ୍ନୀଙ୍କ ସହ ଝଗଡ଼ା କରିବା ପରେ ବେଡରୁମରେ ନିଜ ମୁଣ୍ଡକୁ ନିଜେ ଖୁବ ଜୋରରେ ପିଟୁଛନ୍ତି ଏହି ବ୍ୟକ୍ତି । ଯୁବକଙ୍କ ରିଆକ୍ସନ ଦେଖିଲେ ତାଙ୍କ ମନରେ ଥିବା ରାଗ ଏବଂ ବିରକ୍ତି ଭାବ ସ୍ପଷ୍ଟ ବୁଝି ହେଉଛି ।

ଏହି ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଛି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ୟୁକର ଏହାର ଖୁବ ମଜା ନେଉଛନ୍ତି । ଭିଡିଓରେ ଏହି ବ୍ୟକ୍ତିଙ୍କ ପତ୍ନୀଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି । ସେ ମଧ୍ୟ ସ୍ୱାମୀଙ୍କ ଉପରେ ନାରାଜ ଥିବା ଜାହିର କରିଛନ୍ତି । ସେ ମୁଣ୍ଡକୁ ପିଟୁଥିବା ବେଳେ ତାଙ୍କ ପତ୍ନୀ ଏକ ଭିଡିଓ ପ୍ରସ୍ତୁତ କରିବା ସହ କହିଛନ୍ତି ଯେ, ଏହି ସାଇକୋ ବ୍ୟକ୍ତି ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି ଏବଂ ସେ ମୋତେ ଏହିପରି ନିର୍ୟାତନା ଦେଉଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ୟୁଜର ଏହି ଭିଡିଓରେ ଖୁବ କମେଣ୍ଟ କରିବା ସହ ଏହାକୁ ବହୁ ମାତ୍ରାରେ ସେୟାର ମଧ୍ୟ କରିଛନ୍ତି । ପାକିସ୍ତାନରେ ସମ୍ପତ୍ତିଙ୍କ ମଧ୍ୟରେ କିପରି କଳି ଲାଗେ ବୋଲି ଲେଖି ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଅନେକ ସୋସିଆଲ ମିଡିଆ ୟୁଜର ।