୩୦୦୯ ପଦରେ ଏକ୍ସ-ସର୍ଭିସ ମ୍ୟାନଙ୍କୁ ଦିଆଯିବ ନିଯୁକ୍ତି: ପୋଲିସ ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ପଦରୁ ଅବସର ନେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟରେ ନିଯୁକ୍ତି ପାଇବେ ଏକ୍ସ-ସର୍ଭିସ ମ୍ୟାନ । ୩୦୦୯ଟି ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ ଏକ୍ସ-ସର୍ଭିସ ମ୍ୟାନଙ୍କୁ ନିଯୁକ୍ତି ଦିଆଯିବ । ସିପାହୀରୁ କମାଣ୍ଡାଣ୍ଟ ରାଙ୍କର ଅଧିକାରୀମାନଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ଏହି ଏକ୍ସ-ସର୍ଭିସ ମ୍ୟାନଙ୍କୁ ଆଣ୍ଟି ନକ୍ସଲ ଅପରେସନରେ ନିୟୋଜିତ କରାଯିବ । ରାଜ୍ୟ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି ।

ତେବେ ଏହି ବିଏସଏଫ, ସିଏପିଏଫ ଓ ସିଆରପିଏଓରୁ ଅବସର ଗ୍ରହଣ କରିଥିବା ଅଫିସରମାନଙ୍କୁ ଏକ୍ସ-ସର୍ଭିସ ମ୍ୟାନ ଭାବେ ନିଯୁକ୍ତି ଦିଆଯିବ । ଆସନ୍ତା ୧୫ ଦିନ ଭିତରେ ଏହା କାର୍ଯ୍ୟକାରୀ ହେବ ବୋଲି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି । ରାଜ୍ୟର ବିଭିନ୍ନ ଜେଲ, ଥାନା, ଫାଣ୍ଡି ଓ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେୁ ଏହି ଏକ୍ସ-ସର୍ଭିସ ମ୍ୟାନଙ୍କୁ ଚୁକ୍ତିଭିତ୍ତିକ ଭାବେ ନିୟୋଜିତ କରାଯିବ । ସିପାହୀମାନଙ୍କୁ ୩୦-୪୦ ହଜାର ଟଙ୍କା ଓ କମାଣ୍ଡାଣ୍ଟମାନଙ୍କୁ ୮୦,୫୫୦ ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ୩୦ ଦିନିଆ ଟ୍ରେନିଂ ପରେ ଏମାନଙ୍କୁ ଏକ ବର୍ଷିଆ ଚୁକ୍ତିରେ ନିଯୁକ୍ତି ଦିଆଯିବ । ଭଲ ପ୍ରଦର୍ଶନ କଲେ ଏହି ଏକ୍ସ-ସର୍ଭିସ ମ୍ୟାନମାନମାନେ ୨୦୨୬ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେବାରେ ରହିପାରିବେ ।

Get real time updates directly on you device, subscribe now.