ଅଜବ ଘଟଣା! ଝିଅକୁ କାମୁଡ଼ିଲା ଏକ କଙ୍କଡ଼ା, ପ୍ରତିଶୋଧ ପରାୟଣ ହୋଇ କଙ୍କଡ଼ାକୁ ଜୀଅନ୍ତା ଗିଳିଦେଲେ ବାପା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଅଜବ ଘଟଣା ଭାଇରାଲ ହୋଇଥାଏ । ଅନେକ ସମୟରେ କିଛି ଭିତ୍ତିହୀନ ତଥା ଭୁଲ୍ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । ଏପରି କିଛି ଖବର ଶୁଣିବା ପରେ ଲୋକମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ମାତ୍ର ପରବର୍ତ୍ତୀ ସମୟରେ ଘଟଣା ପଛର ସତ୍ୟତା ସାମ୍ନାକୁ ଆସିଛି । ଏହା ମଧ୍ୟରେ ଜଣେ ଯୁବତୀଙ୍କୁ ଗୋଟିଏ କଙ୍କଡ଼ା କାମୁଡ଼ିବା ପରେ ଜଣେ ବୃଦ୍ଧ ବ୍ୟକ୍ତ ପ୍ରତିଶୋଧ ପରାୟଣ ହୋଇ ଉକ୍ତ କଙ୍କଡ଼ାକୁ ଜୀଅନ୍ତା ଗିଳିଦେଇଥିଲେ । ଏହାପରେ ଯାହା ଘଟିଲା ତାହା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା ।

ସୂଚନା ମୁତାବକ, ପୂର୍ବ ଚୀନର ଝୋଜିୟାଙ୍ଗରେ ଘଟିଥିଲା ଏପରି ଏକ ଘଟଣା । ଏହି ଘଟଣାଟି କେବେ ଘଟିଥିଲା ସେନେଇ କିଛି ଉଲ୍ଲେଖ କରାଯାଇ ନାହିଁ । ମାତ୍ର ଏହି ଖବରଟି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀଙ୍କ କୋଟିଏ କଙ୍କଡ଼ା କାମୁଡ଼ି ଦେଇଥିଲା । ଏହାପରେ ତାଙ୍କର ବାପା ଏଥିରେ ଭୀଷଣ କ୍ରୋଧାନ୍ୱିତ ହୋଇଯାଇଥିଲେ । ସେ ପ୍ରତିଶୋଧ ନେବାକୁ ଯାଇ ଉକ୍ତ କଙ୍କଡ଼ାକୁ ଜୀଅନ୍ତା ଗିଳିଦେଇଥିଲେ । କଙ୍କଡ଼ାକୁ ଜୀବନ୍ତ ଅବସ୍ଥାରେ ଗିଳିଦେବା ପରେ ଉକ୍ତ ବୃଦ୍ଧ ଜଣଙ୍କ ଗମ୍ଭୀର ଭାବେ ବୀମାରଗ୍ରସ୍ତ ହୋଇପଡ଼ିଥିଲେ । ଏହି ଘଟଣାର ଦୁଇମାସ ପରେ ବୃଦ୍ଧ ଜଣଙ୍କ ଠାରେ ଗମ୍ଭୀର ପିଠି ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତର ତାଙ୍କର ଯାଞ୍ଚ କରିଥିଲେ । ବୃଦ୍ଧଙ୍କର ଛାତି, ପେଟ, ଲିଭର ଓ ପାଚନ ତନ୍ତ୍ର ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଡାକ୍ତର କହିଥିଲେ । ସେ କଙ୍କଡ଼ାକୁ କାହିଁକି ଜୀଅନ୍ତା ଗିଳିଲେ ବୋଲି ଡାକ୍ତର ପଚାରିବାରି ପ୍ରତିଶୋଧ ପରାୟଣ ହୋଇ ସେ ଏପରି କରିଥିବା ବୃଦ୍ଧ କହିଥିଲେ । ତେବେ ବହୁଦିନ ଧରି ଚିକିତ୍ସା ଚାଲିବା ପରେ ବୃଦ୍ଧ ଜଣଙ୍କ ଆରୋଗ୍ୟ ଲାଭ କରିଥିଲେ । ସୂଚନାଯୋଗ୍ୟ ଯେ, ଚୀନରେ କଙ୍କଡ଼ା ଖାଇବା ଏକ ସାଧାରଣ କଥା । ଅଧିକାଂଶ ଲୋକ ରନ୍ଧ କଙ୍କଡ଼ା ଖାଉଥିବା ବେଳେ ପୂର୍ବ ଚୀନରେ ବିନା ରାନ୍ଧି କଙ୍କଡ଼ାକୁ ଖାଇଥାନ୍ତି ।