ଆଜି ପୋଲିସ ସ୍ମାରକୀ ଦିବସ: କାହିଁକି ପାଳନ ହୁଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ? ଜାଣନ୍ତୁ ସେଦିନର କାହାଣୀ

ଓଡ଼ିଶା ଭାସ୍କର: ଆଜି ସାରା ଭାରତ ପଳନ କରୁଛି ୬୫ ତମ ପୋଲିସ ସ୍ମାରକୀ ଦିବସ । ପ୍ରତ୍ୟେକ ବର୍ଷ ଅକ୍ଟୋବର ୨୧ ତାରିଖକୁ ପୋଲିସ ସ୍ମୃତି ଦିବସ ବା ପୋଲିସ ସ୍ମାରକୀ ଦିବସ ଭାବରେ ପାଳନ କରାଯାଏ । ଏହାକୁ ପୋଲିସ ସହିଦ ଦିବସ ବୋଲି ମଧ୍ୟ କୁହାଯାଏ । ଆଜି ଏହି ଉତ୍ସବ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରୁଛନ୍ତି । ୧୯୫୯ ମସିହା ଚୀନ ବିପକ୍ଷ ଲଢେଇରେ ସହିଦ ହୋଇଥିବା ବୀର ପୋଲିସ ଅଫିସରଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି । ଏହି ଯୁଦ୍ଧରେ କେରିପୁବଲ ରଣ ବାଙ୍କୁର ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଏହି ବଳିଦାନକୁ ଆଜି ପର୍ଯ୍ୟନ୍ତ ସାରା ଦେଶବାସୀ ନତମସ୍ତକ ହୋଇ ସମ୍ମାନ ଜଣାଉଛନ୍ତି ।

କାହିଁକି ପାଳନ ହୁଏ ପୋଲିସ ସ୍ମୃତି ଦିବସ?

୧୯୫୯ ମସିହା ଲଦ୍ଦାଖର ହଟ୍ ସ୍ପ୍ରିଙ୍ଗ ଉପରେ ଆକ୍ରମଣ କରିଥିଲା ଚୀନ ସେନା । ଦେଶର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ୨୦ ଜଣ ସୈନିକଙ୍କ ଉପରେ ଆକ୍ରମଣ କରିଥିଲା ଚୀନ୍ । ଏହି ଯୁଦ୍ଧରେ ଭାରତର ୧୦ ଜଣ ବୀର ପୋଲିସ ଅଫିସର ସହିଦ ହୋଇଥିଲେ ଏବଂ ୭ ଜଣଙ୍କୁ ଜେଲ ପଠାଇ ଦେଇଥିଲା ଶତ୍ରୁ ରାଷ୍ଟ୍ର । ସେହିଦିନରୁ ଦେଶର ସୁରକ୍ଷା ଦାୟିତ୍ୱରେ ପ୍ରାଣ ଆହୁତି ଦେଇଥିବା ପୋଲିସ କର୍ମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିବସକୁ ପାଳନ କରାଯାଏ ।

जानिए क्यों मनाया जाता है पुलिस स्मृति दिवस? चीनियों ने की थी भारतीय जवानों के साथ बर्बरता, यहां पढ़ें पूरी दास्तान

କ’ଣ ହୋଇଥିଲା ସେଦିନ?

ଚିବ୍ଦତରେ ଚୀନ ସହ ଭାରତର ୨୫୦୦ ମିଲ ଲମ୍ବା ସୀମା ଲାଗି ରହିଛି । ୧୯୫୯ ଅକ୍ଟୋବର ୨୧ ତାରିଖରେ ଏହି ସୀମାର ସୁରକ୍ଷା ଦାୟିତ୍ୱ ଭାରତର ପୋଲିସକର୍ମୀଙ୍କ ଉପରେ ନ୍ୟସ୍ତ ଥିଲା । ଚୀନ୍ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ(ଅକ୍ଟୋବର ୨୦) ଭାରତ ତୃତୀୟ ବାଟାଲିୟନର ଏକ କମ୍ପାନୀକୁ ଉତ୍ତର-ପୂର୍ବ ଲଦ୍ଦାଖର ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ନିୟୋଜିତ କରିଥିଲା । ଏହି କମ୍ପାନୀକୁ ୩ଟି ବିଭାଗରେ ଭାଗ କରି ସୀମର ସୁରକ୍ଷାର ଦାୟିତ୍ୱ ଦେଇଥିଲା ଭାରତ । ସେଦିନ ମଧ୍ୟ ସୀମାରେ ୩ଟି ଦଳ ପ୍ରହରା ଦେଉଥିବା ବେଳେ ୨ଟି ଗ୍ରୁପ୍ ଫେରିଆସିଥିଲେ, କିନ୍ତୁ ତୃତୀୟ ଟିମ୍ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଫେରି ନଥିଲା । ଏହାପରେ ଅକ୍ଟୋବର ୨୧ ତାରିଖରେ ତତ୍କାଳୀନ ଡିସିଆଇଓ କରମ ସିଂହଙ୍କ ନେତୃତ୍ୱରେ ଏହି ଟିମକୁ ଖୋଜିବା ପାଇଁ ବାହାରିଥିଲା ସେନା । ଏହି ଦଳରେ ପ୍ରାୟ ୨୦ ଜଣ ପୋଲିସ କର୍ମୀ ସାମିଲ ରହିଥିଲେ ।

ପୋଲିସ ପକ୍ଷରୁ ଏହି ସର୍ଚ୍ଚ ଅପରେସନ୍ ବେଳେ ଚୀନ୍ ସେନା ପଛପଟୁ ଆକ୍ରମଣ କରିଥିଲା । ତେବେ ନିଜ ସାଥୀମାନଙ୍କୁ ଖୋଜିବାକୁ ବାହାରିଥିବା ଭାରତୀୟ ସେନା ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲେ । ଯଥେଷ୍ଟ ଅସ୍ତ୍ରଶସ୍ତ୍ର ନଥିବାରୁ ଭାରତର ୧୦ ଜଣ ବୀର ଯବାନ୍ ଏହି ଆକ୍ରମଣରେ ସହିଦ ହୋଇ ଯାଇଥିଲେ । ଏହାବ୍ୟତୀତ ଅଧିକାଂଶ ଯବାନ୍ ଆହତ ମଧ୍ୟ ହୋଇଥିଲେ ଏବଂ ୭ ଜଣ ଗୁରୁତର ଅବସ୍ଥାରେ ରହିଥିଲେ । ତେବେ ଚୀନ୍ ସେନା ଏହି ଗୁରୁତର ଆହତ ସୈନ୍ୟମାନଙ୍କୁ ବନଦୀ କରି ନେଇଥିଲା । ତେବେ ପରେ ଏହି ବନ୍ଦୀ ସୈନିକ ଚୀନ୍ କବଳରୁ ଖସି ଆସିଥିଲେ । ସେହି ଦିନଠାରୁ ଅକ୍ଟୋବର ୨୧ ତାରିଖକୁ ପୋଲିସ ସ୍ମୃତି ଦିବସ ଭାବରେ ପାଳନ କରିବାକୁ ଘୋଷଣା ହୋଇଥିଲା । ୧୯୬୦ ମସିହାରେ ଏହି ଉତ୍ସବ ପାଳନ ଆରମ୍ଭ ହୋଇଥିବା ବେଳେ ଆଜି ୬୫ ତମ ଦିବସ ପାଳନ କରୁଛି ସାରା ଭାରତ ।

Get real time updates directly on you device, subscribe now.