କ୍ୟାଟ୍ରିନାଙ୍କଠାରୁ ପରିନୀତି ଚୋପ୍ରାଙ୍କ ପର୍ଯ୍ୟନ୍ତ, ବଲିଉଡ ଅଭିନେତ୍ରୀ ଏପରି ପାଳନ କଲେ କରୱା ଚୌଥ

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀମାନେ ନିଜ ସ୍ୱାମୀଙ୍କ ସହ କରୱା ଚୌଥ ଖୁବ ଆନନ୍ଦ ଉଲ୍ଲାସ ସହ ପାଳନ କରିଛନ୍ତି। ପାରମ୍ପରିକ ବସ୍ତ୍ର ପରିଧାନ କରି ସ୍ୱାମୀଙ୍କ ସହ ମନକୁ ଛୁଇଁଲା ଭଳି କ୍ୟାପସନ ସହ ଫଟୋ ସେୟାର କରିଛନ୍ତି ଏହି ଅଭିନେତ୍ରୀ। ତେବେ ଏଥର ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସନ ବୋହୂ ରାଧିକା ମର୍ଚେଣ୍ଟ, ସୋନାକ୍ଷୀ ସିହ୍ନା, ରକୁଲ ପ୍ରୀତ ସିଂହ, ଆଦିତି ରାଓ ହାଇଦରୀ ଏବଂ କୃତି ଖରବନ୍ଦାଙ୍କ ପ୍ରଥମ କରୱା ଚୌଥ। ସେହିପରି କ୍ୟାଟ୍ରିନା କୈଫ-ବିକ୍କି କୌଶଲଙ୍କଠାରୁ ନେଇ ପରିନୀତି ଚୋପ୍ରା-ରାଘବ ଚଡ୍ଡା ପର୍ଯ୍ୟନ୍ତ ନିଜ କରୱା ଚୌଥ ସେଲିବ୍ରେସନକୁ ନେଇ ଲାଇମଲାଇଟରେ ରହିଛନ୍ତି।

 

View this post on Instagram

 

A post shared by Katrina Kaif (@katrinakaif)

କ୍ୟାଟ୍ରିନା ଏଥର କରୱା ଚୌଥରେ ବେବି ପିଙ୍କ ଏବଂ ଗୋଲ୍ଡେନ ରଙ୍ଗର ସାଢୀ ପିନ୍ଧିଥିଲେ। ଏକ ଫଟୋରେ ସେ ବିକ୍କି କୌଶଲଙ୍କ ମାଆଙ୍କଠୁ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ, ଅନ୍ୟ ଫଟୋରେ ସେ ବିକ୍କି ଏବଂ ତାଙ୍କ ମାଆ-ବାପାଙ୍କ ସହ ଏକ ସୁନ୍ଦର ଫ୍ୟାମିଲି ଫଟୋ ସେୟାର କରିଥିଲେ।

 

View this post on Instagram

 

A post shared by Kriti Kharbanda (@kriti.kharbanda)

କୀର୍ତ୍ତି ଖରବନ୍ଦା ସ୍ୱାମୀ ପୁଲକିତଙ୍କ ସମ୍ରାଟଙ୍କ ସହ ସୁନ୍ଦର ଫଟୋ ସେୟାର କରିଛନ୍ତି। ଗୋଲ୍ଡେନ ସାଢୀ ପିନ୍ଧି ସେ ନିଜ ସ୍ୱାମୀଙ୍କ ସହ ଅନେକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ସେହିପରି ପୁଲକିତ ହ୍ୱାଇଟ କୁର୍ତା ପିନ୍ଧିଥିଲେ।

 

View this post on Instagram

 

A post shared by Rakul Singh (@rakulpreet)

ରକୁଲ ପ୍ରୀତ ନିଜ ସ୍ୱାମୀ ଜ୍ୟାକୀ ଭଗନାନୀଙ୍କ ସହ ରୋମାଣ୍ଟିକ ଫଟୋର ଏକ ସେଟ ପୋଷ୍ଟ କରିଥିଲେ। ଏହି ଦୁଇ ଜଣ ମ୍ୟାଚିଙ୍ଗ କରି ପିନ୍ଧିଥିଲେ ଏବଂ ରକୁଲ ପ୍ରୀତ ପ୍ରେମଭରା କ୍ୟାପସନ ଲେଖିଥିଲେ ଯେ, ମେରା ସୁରଜ, ଚାନ୍ଦ, ବ୍ରହ୍ମାଣ୍ଡ, ମେରା ସବ କୁଛ.. ହାମାରୀ ତରଫ ସେ ଆପକୋ କରୱା ଚୌଥ କୀ ଶୁଭକାମନାଏଁ।

 

View this post on Instagram

 

A post shared by Sonakshi Sinha (@aslisona)

ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ଏହା ପ୍ରଥମ କରୱା ଚୌଥ। ସୋନାକ୍ଷୀ ଏକ କୌତୁହଳ ଭିଡିଓ ସେୟାର କରି କହିଥିଲେ ଯେ, ସେ ଏବଂ ଜହୀର ଇକବାଲ ଦୁହେଁ କରୱା ଚୌଥର ବ୍ରତ ରଖିଛନ୍ତି।
ଶିଳ୍ପା ସେଟ୍ଟୀ ମଧ୍ୟ ଭିଡିଓ ସେୟାର କରି ସେଲିବ୍ରେସନର ଝଲକ ଦେଖାଇଛନ୍ତି। ଯେଉଁଥିରେ ସେ ନିଜ ସ୍ୱାମୀ ଉପରେ ପ୍ରେମ ଜାହିର କରିଛନ୍ତି।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ନିଜ କରୱା ଚୌଥ ୨୦୨୪ର ଝଲକ ଦେଖାଇଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଅନେକ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ସ୍ୱାମୀ ଗାୟକ ନିକ ଜିନାସ ଲଣ୍ଡନରେ ଉତ୍ସବ ପାଳୁଥିବା ଦେଖିବାକୁ ମିଳୁଛି।

 

View this post on Instagram

 

A post shared by Priyanka (@priyankachopra)

 

View this post on Instagram

 

A post shared by @parineetichopra

Get real time updates directly on you device, subscribe now.