ଏମିତି ଏକ ଗାଁ, ଯେଉଁଠି ଘରେ ଘରେ ହୁଏ Cobra Farming, ଜୀବନକୁ ବାଜି ଲଗେଇ ସାପଙ୍କ ନିଆଯାଏ ଯତ୍ନ

ଓଡିଶା ଭାସ୍କର: ସାପ ଏମିତି ଏକ ଜୀବ, ଯାହା କଥା ମନେପଡିଗଲେ ଦେହ ଶିହରି ଉଠେ । ଆଖି ଆଗରେ ଦେଖିଲେ ବିନା ସାପ କାମୁଡାରେ କିଛି ଲୋକ ଭୟରେ ଆରପାରିକୁ ଚାଲିଯାଆନ୍ତି । ଆଉ ସାପ ବିଷର ବିନ୍ଦୁଟିଏ ବି ବହୁତ ଜୀବନ ନେବ । ହେଲେ ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ କି, ବିଷଧର ନାଗର ହେଉଛି ଚାଷ । ଏଥିରୁ ଲୋକେ କରୁଛନ୍ତି କୋଟି କୋଟି ଟଙ୍କା ରୋଜଗାର ।

ଏମିତି ଏକ ଗାଁ ଦୁନିଆରେ ରହିଛି, ଯେଉଁଠି ହୁଏ ବିଷଧରଙ୍କ ଚାଷ, ସେଥିପାଇଁ ସେହି ଗାଁ ଉପରେ ହୁଏ ଧନବର୍ଷା । ଏହି ସାପରୁ କୋଟି କୋଟି ଟଙ୍କା କମଉଛନ୍ତି ଗ୍ରାମବାସୀ । ଏଠି ପନିପରିବା ଓଜନ କରି ବିକିବା ପରି ସାପ ଓଜନଦାରିଆ ବିକ୍ରିହୁଏ ଓ ସେସବୁର ଦର ସେହି ଆନୁଯାୟୀ ନିର୍ଦ୍ଧାରଣ ହୋଇଥାଏ । ବିଷଧର ସାପ ଚାଷୀ ସାପଙ୍କୁ ଖୁଆଇଥାନ୍ତି କୁକୁଡା । ଆମ ଦେଶରେ କେଳା ପେଡିରେ ସାପ ରଖୁଥିବା ବେଳେ ସେହି ଗ୍ରାମର ଲୋକେ ସାପଙ୍କ ପାଇଁ ସ୍ୱତନ୍ତ୍ର ବେରେକ କରି ରଖନ୍ତି ।

ଏମିତି ରଖିବା ଦ୍ୱାରା ସାପଙ୍କର ଯତ୍ନନେବା ସହଜ ହୋଇଥାଏ । ସାପ ଦଂଶନ କଲେ ମଧ୍ୟ ଚାଷୀ ଏମାନଙ୍କ ଯତ୍ନରେ ହେଳାକରନ୍ତି ନାହିଁ । ଜୀବନକୁ ପ୍ରତି ମୁହୂର୍ତ୍ତରେ ବିପଦରେ ରଖି ଏଠାର ସାପଚାଷୀ ସାପଙ୍କର ସବୁ ପ୍ରକାର ସୁବିଧାରେ ଲାଗିଥାନ୍ତି । ସାପଙ୍କୁ ସ୍ପେଶାଲ ଓ ଭିଆଇପି ଟ୍ରିଟମେଣ୍ଟ ଦିଅନ୍ତି ଏଠାକାର ଲୋକମାନେ । ତେବେ ଏହି ଗାଁ କେଉଁଠି ଓ କାହିଁକି ସାପଙ୍କ ପ୍ରତି ଲୋକଙ୍କର ରହିଛି ଏତେ ଆଗ୍ରହ?

ଭିଏତନାମ ଓ ଚୀନରେ ନାଗ ସାପ ଚାଷ ହୁଏ । କମ ଖର୍ଚ୍ଚରେ ଅଧିକ ରୋଜଗାର କରାଯାଏ । ତେଣୁ ଏଠାର ଲୋକେ କୋବ୍ରା ଫାର୍ମିଂ କରିଥାନ୍ତି । ଏହି ଅର୍ଥ ରୋଜଗାର ଓ ଲାଭ ପାଇଁ ଚାଷୀ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଇନଥାନ୍ତି ।

Get real time updates directly on you device, subscribe now.