ବାତ୍ୟାର ଗତିପଥ ନେଇ IMDର ନୂଆ ସୂଚନା; ଓଡ଼ିଶାକୁ ହିଟ୍‌ କରିବା ସମ୍ଭାବନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟାର ଗତିପଥ ନେଇ IMDର ନୂଆ ସୂଚନା । ଓଡ଼ିଶାକୁ ହିଟ୍‌ କରିବା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାକୁ ହିଟ୍‌ କରିବାର ଅଧିକ ସମ୍ଭାବନା ଅଛି । ସୂଚନା ଅନୁସାରେ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ କୂଳ ଛୁଇଁପାରେ ବାତ୍ୟା । ଅକ୍ଟୋବର ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ଛୁଇଁପାରେ । ଭୀଷଣ ବାତ୍ୟା ରୂପ ନେଇ କୂଳ ଛୁଇଁପାରେ । ପବନର ବେଗ ୧୦୦ରୁ ୧୨୦ ଭିତରେ ରହିବ । ସେପଟେ ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାର ସଜାଗ ।

ଘନଘନ ବୈଠକ କରି ବିଭିନ୍ନ ବିଭାଗ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଜାରି କରାଯାଉଛି । ଆଜି ବାତ୍ୟା ସ୍ଥିତି ଓ ମୁକାବିଲା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅପରାହ୍ନରେ ଲୋକସେବା ଭବନରେ ଏନେଇ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଦାନା ମୁକାବିଲା ଉପରେ କରିବେ ବୈଠକ । ଏଥିରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ସଚିବ, ଏସଆରସି ପ୍ରମୁଖ ଉପସ୍ଥିତ ରହିବେ । ଏଥିରେ ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ ।

ବୈଠକ ଆଗରୁ ଏସଆରସି ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବାତ୍ୟାରେ ଶୂନ୍ୟ ମୃତ୍ୟୁ ବା ଜିରୋ କାଜୁଆଲିଟି ଉପରେ ପୋକସ୍ କରାଯିବ ବୋଲି ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ତ୍ରୁଟି ଶୂନ୍ୟ ମୁକାବିଲା ଉପରେ ଗୁରୁତ୍ୱ ଦିଆ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆଗରୁ ପୂର୍ବାହ୍ନରେ ମୁଖ୍ୟ ସଚିବ ମଧ୍ୟ ଏକ ବୈଠକ କରିଛନ୍ତି । ଏଥିରେ ଏସଆରସି ଓ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.