ଆସିଲା IPL ବୋଲର୍‌ଙ୍କ ତାଲିକା; ମେଡେନ୍ ଓଭର ବୋଲିଂ ପାଇଁ ପାଇଛନ୍ତି ଏହି ସ୍ଥାନ

ମୁମ୍ୱାଇ: ଅନେକ ସମୟରେ ଆଇପିଏଲରେ କିଛି ନିଆରା ରେକର୍ଡ ଦେଖିବାକୁ ମିଳିଥାଏ । ଯଦିଓ ଏହି ଲିଗ୍ ଛକା ଓ ଚୌକା ପାଇଁ ଅଧିକ ପ୍ରସିଦ୍ଧ, କିନ୍ତୁ ବେଳେବେଳେ ବୋଲରମାନେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ କରି ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଆଜି ଆମେ ଆପଣଙ୍କୁ ସେହି ବୋଲରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଇପିଏଲରେ ସର୍ବାଧିକ ମେଡେନ୍ ଓଭର ବୋଲିଂ କରିଛନ୍ତି ।

  1. ଭୁବନେଶ୍ୱର କୁମାର ୧୪ ମେଡେନ୍; ଭାରତୀୟ ଦଳର ଶ୍ରେଷ୍ଠ ସ୍ୱିଙ୍ଗ ବୋଲର ଭୁବନେଶ୍ୱର କୁମାର କ୍ରିକେଟ୍ରେ ଅନେକ ନିଆରା କଥା ଦେଖାଇଛନ୍ତି। ଏହି ଶ୍ରେଷ୍ଠ ବୋଲର ୨୦୧୨ରେ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରିଥିଲେ। ଆଇପିଏଲର ୧୭୬ ମ୍ୟାଚ୍ ରେ ଭୁବନେଶ୍ୱର୧୪ ଟି ମେଡେନ୍ ଓଭର ଖେଳିଛନ୍ତି। ସେ ଆଇପିଏଲରେ ଦୁଇ ଥର ପର୍ପଲ କ୍ୟାପ୍ ଜିତିଛନ୍ତି।
  2. ପ୍ରବୀଣ କୁମାର ୧୪ ମେଡେନ୍; ପ୍ରବୀଣ କୁମାର ଭାରତର ଅନ୍ୟତମ ଶ୍ରେଷ୍ଠ ସ୍ୱିଙ୍ଗ ବୋଲର। ପ୍ରବୀଣ କୁମାର ଭାରତୀୟ ଦଳ ପାଇଁ ସିବି ସିରିଜ୍ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ଅବସରରେ ନିଜ ବୋଲିଂରେ ସେ ଅନେକ ଥର ଭାରତୀୟ ଦଳକୁ ଜିତାଇଛନ୍ତି। ପ୍ରବୀଣ କୁମାର ଆଇପିଏଲରେ ୧୪ ଟି ମେଡେନ ଓଭର ବୋଲିଂ କରିଛନ୍ତି ।
  3. ଟ୍ରେଣ୍ଟ ବୋଲ୍ଟ ୧୧ ମେଡେନ୍; ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ବାମହାତୀ ବୋଲର ଟ୍ରେଣ୍ଟ ବୋଲ୍ଟ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଥର ବୋଲିଂ କରି ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବସରରେ ସେ ଅନେକ ଥର ଭଲ ବୋଲିଂ କରିଛନ୍ତି। ଏହି ବୋଲର ଆଇପିଏଲରେ ଚମତ୍କାର ବୋଲିଂ କରିଥିବାରୁ ଆଇପିଏଲର ୧୦୪ ମ୍ୟାଚ୍ ରେ ତାଙ୍କର ୧୧ଟି ମେଡେନ୍ ଓଭର ରହିଛି।
  4. ଇରଫାନ ପଠାନ ୧୦ ମେଡେନ୍; ଇରଫାନ ପଠାନ ନିଜର ଅଲରାଉଣ୍ଡ ମ୍ୟାଚ୍ ରେ ଅନେକ ଥର ଗୁରୁତ୍ୱପୂର୍ଣ୍ଣ ଅବସରରେ ଭାରତକୁ ଜିତାଇଛନ୍ତି। ଆଇପିଏଲରେ ଏହି ଖେଳାଳିଙ୍କ ରେକର୍ଡ ବହୁତ ଭଲ ରହିଛି। ସେ ଆଇପିଏଲର ୧୦୩ ମ୍ୟାଚ୍ ରେ ୧୦ ଟି ମେଡେନ୍ ଓଭର ସ୍କୋର କରିଛନ୍ତି।
  5. ଧୱଲ କୁଲକର୍ଣ୍ଣି ୮ ମେଡେନ୍; ମୁମ୍ବାଇର ଦ୍ରୁତ ବୋଲର ତଥା ଭାରତ ପକ୍ଷରୁ କିଛି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଧୱଲ କୁଲକର୍ଣ୍ଣି ଆଇପିଏଲରେ ଚମତ୍କାର ଖେଳିଛନ୍ତି। ଆଇପିଏଲରେ ୯୨ ମ୍ୟାଚ୍ ରେ ତାଙ୍କର ୮ ମେଡେନ୍ ଓଭର ରହିଛି।

Get real time updates directly on you device, subscribe now.