ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, BRICS ଶିଖର ସମ୍ମିଳନୀରେ ହେବେ ସାମିଲ, ଚୀନ ସହ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ତମ BRICS ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ରୁଷ ଗସ୍ତରେ ଯାଇଛନ୍ତି । ଅକ୍ଟୋବର ୨୨ ଏବଂ ୨୩ରେ ରୁଷର କଜାନ୍‌(Kazan) ସହରରେ ଏହି ଶିଖର ସମ୍ମିଳନୀ ଆୟୋଜିତ ହେବ । ନିଜ ଗସ୍ତ ସମୟରେ ମୋଦୀ କଜାନରେ ସହସ୍ୟ ଦେଶର ପ୍ରତିପକ୍ଷ ଏବଂ ଆମନ୍ତ୍ରିତ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

BRICS ଶିଖର ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ହେଉଛି ‘ସମାନ ବିଶ୍ୱସ୍ତରୀୟ ବିକାଶ ଏବଂ ନିରାପତ୍ତା ପାଇଁ ବହୁପକ୍ଷୀୟତାକୁ ମଜବୁତ କରିବା । ପ୍ରମୁଖ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏହି ସମ୍ମିଳନୀ ନେତାଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।’ ବିଦେଶ ସଚିବ ବିକ୍ରମ ମିଶ୍ରିଙ୍କ କହିବାନୁଯାୟୀ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟଙ୍କ ସହ ନୂତନ ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିବେ । ଅକ୍ଟୋବର ୨୨ରେ ସନ୍ଧ୍ୟା ସମୟରେ ସମସ୍ତ ନେତାଙ୍କ ପାଇଁ ରାତ୍ରୀ ଭୋଜନ ଆୟୋଜନ ହେବ । ଅକ୍ଟୋବର ୨୩ରେ ଦୁଇଟି ପ୍ରମୁଖ ଅଧିବେଶନ ହେବ । ସକାଳେ ଏକ କ୍ଲୋଜ୍ କମ୍ପ୍ଲିଟ୍ ଅଧିବେଶନ ଏବଂ ଅପରାହ୍ନରେ ଓପନ୍ କମ୍ପ୍ଲିଟ୍ ଅଧିବେଶନ ହେବ । ଏହି BRICS ଶିଖର ସମ୍ମିଳନୀରେ ମୋଦୀଙ୍କ ଭବ୍ୟ ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । କହିରଖୁଛୁ ୨୦୧୦ ମସିହାରୁ BRICS ସମୁହରେ ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି । ବର୍ତ୍ତମାନ ଏଥିରେ ଇରାନ, ଇଜିପ୍ଟ, ଇଥିଓପିଆ, ୟୁଏଇ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.