ନୂଆଦିଲ୍ଲୀ: ହିନ୍ଦୁତ୍ୱ ଶବ୍ଦକୁ ନେଇ ଉଠିଲା ଆପତ୍ତି । ହିନ୍ଦୁତ୍ୱକୁ ଧର୍ମ ସହ ଯୋଡିବାକୁ ହୋଇଥିବା ଚେଷ୍ଟାକୁ ନିରସ୍ତ୍ର କରି ଦେଇଛନ୍ତି ସୁପ୍ରିମ କୋର୍ଟ । ଜଣେ ୬୫ ବର୍ଷୀୟ ଡାକ୍ତରଙ୍କ ଜନହିତ ଯାଚିକାକୁ ଖାରଜ କରି ହିନ୍ଦୁତ୍ୱକୁ କଟ୍ଟରପନ୍ଥୀ ସହ ଯୋଡିବା ଷଡଯନ୍ତ୍ରକୁ ନିରସ୍ତ୍ର କରିଛନ୍ତି କୋର୍ଟ । ଡାକ୍ତର କହିଥିଲେ, ହିନ୍ଦୁତ୍ୱ ଶବ୍ଦ ଧର୍ମନିରପେକ୍ଷ ବିଚାରଧାରା ପାଇଁ ହାନି କାରକ । ତେବେ କାହିଁକି ଉଠିଲା ଏହି ପ୍ରସଙ୍ଗ ଓ ସୁପ୍ରିମ କୋର୍ଟ କାହିଁକି ଯାଚିକାକୁ ଖାରଜ କଲେ?
କାହିଁକି ହିନ୍ଦୁତ୍ୱ ଶବ୍ଦ ଉପରେ ଆପତ୍ତି?
ଡାକ୍ତର ଏନ ଏନ କୁନ୍ଦ୍ରା ହିନ୍ଦୁତ୍ୱ ଶବ୍ଦ ଉପରେ ଆପତ୍ତି ଉଠାଇ ଏକ ନୂଆ ତର୍କ ଉପସ୍ଥାପନ କରିଥିଲେ । ସେ କହିଥିଲେ ହିନ୍ଦୁତ୍ୱ ଏକ ବିଶେଷ ଧର୍ମର ଧର୍ମୀୟ କଟ୍ଟରପନ୍ଥୀ ଓ ଆମର ଧର୍ମନିରପେକ୍ଷ ସମ୍ବିଧାନକୁ ମନୁସ୍ତୃତିରେ ପରିଣତ କରିବା ପାଇଁ ସେମାନଙ୍କ ଚେଷ୍ଟାର ଆଶଙ୍କା ସୃଷ୍ଟି କରୁଛି । ଭାରତ ବିବିଧତାରେ ଭରିଛି । ହିନ୍ଦୁତ୍ୱର ରାଷ୍ଟ୍ରବାଦ ଓ ନାଗରିକତାର ପ୍ରତୀକ କରିବାକୁ ପ୍ରୟାସ କରାଯାଉଛି । ହିନ୍ଦୁତ୍ୱ ଶବ୍ଦର ଦୂରୁପଯୋଗ କରି ଧର୍ମନିରପେକ୍ଷତାକୁ ହାନୀ ପହଞ୍ଚା ଯାଇପାରେ । ଏକ ବିଶେଷ ଧର୍ମକୁ ପ୍ରୋତ୍ସାହନା/ ପ୍ରଚାର କରୁଥିବା ସବୁ ଗତିବିଧି ହେଉଛି । ସମ୍ବିଧାନିକ ପଦରେ ଥିବା ଲୋକ ଆଖିରେ ଧୂଳି ଦେବାକୁ ହିନ୍ଦିତ୍ୱ ଶବ୍ଦର ବ୍ୟବହାର କରିଛନ୍ତି ।
ତେବେ ଏହି ମାମଲାରେ ସୁପ୍ରିମ କୋର୍ଟ କଣ କହିଛନ୍ତି?
ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛି କି, ଆମେ ଏମିତି ଯାଚିକା ଉପରେ ବିଚାର କରିବୁ ନାହିଁ । ଏହା ପ୍ରକ୍ରିୟାର ଦୂରୁପଯୋଗ । ୧୯୯୪ରେ ପରେ ସୁପ୍ରିମ କୋର୍ଟରେ ହିନ୍ଦୁତ୍ୱ ଶବ୍ଦ ବିରୋଧରେ ତୃତୀୟ ଚ୍ୟାଲେଞ୍ଜ ହୋଇଥିଲା । ହେଲେ କୋର୍ଟ ଏହାକୁ ନେଇ କହିଥିଲେ, ହିନ୍ଦୁତ୍ୱ, ଜୀବନ ଜୀଇଁବାର ଉପାୟ ବା ମନର ସ୍ଥିତି ରୂପେ ବିଚାର କରାଯାଏ । ଏହାର ତୁଳନା ହିନ୍ଦୁ ଧର୍ମ ସହ କରାଯାଇ ପାରିବ ନାହିଁ ।
ସେହିପରି ୧୯୯୫ରେ ମାମଲାର ରାୟ ପ୍ରକାଶ କରି କୋର୍ଟ କହିଥିଲେ କି, ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁ ଧର୍ମ ଶବ୍ଦର କୌଣସି ସଠିକ ଅର୍ଥ ନାହିଁ । ଅମୂର୍ତ୍ତରେ କୋଣସି ଅର୍ଥ ଏହାକୁ ସଂକୀର୍ଣ୍ଣ ସୀମାରେ ସୀମିତ କରିପାରିବ ନାହିଁ । କୋର୍ଟ କହିଥିଲେ କି, ହିନ୍ଦୁତ୍ୱ ବା ହିନ୍ଦୁ ଧର୍ମର ଅର୍ଥ ଅନ୍ୟ ଧର୍ମୀୟ ଆସ୍ଥା ପ୍ରତି ଶତ୍ରୁତା ବା ଅସୁୟାଭାବ ବା ସାମ୍ପ୍ରଦାୟିକତା ପ୍ରଦର୍ଶନରେ ଲଗାଯାଇ ପାରିବ ନାହିଁ ।
୨୦୨୬ରେ ସୁପ୍ରିମ କୋର୍ଟର ୭ ଜଣିଆ ଖଣ୍ଡପୀଠ ହିନ୍ଦୁତ୍ୱକୁ ଜୀବନ ଶୈଳୀ ରୂପେ ପରିଭାଷିତ କରୁଥିବା ୧୯୯୫ ରାୟର ବିଚାର କରିବାକୁ ମନା କରିଦେଇଥିଲେ ।