ବାତ୍ୟା ପାଇଁ ପଶୁ ସମ୍ପଦ ବିଭାଗର ସମୀକ୍ଷା; ପ୍ରତି ଜିଲ୍ଲାରେ ଖୋଲାଗଲା କଣ୍ଟ୍ରୋଲ ରୁମ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ପଶୁ ସମ୍ପଦ ବିଭାଗ ତରଫରୁ ସମୀକ୍ଷା ହୋଇଛି । ୧୯ ହଜାର ୩୬୨ ଟି ବୋଟ ଫେରିଆସିଲେଣି । DFO ଓ ସିଡିଓଫୋଙ୍କୁ ଜିଲ୍ଲାରେ ଆଲର୍ଟ କରାଯାଇଛି । ଗୋ ସମ୍ପଦର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । ପଶୁଙ୍କୁ ଉଚ୍ଚ ସ୍ଥାନ କୁ ଆଣିବା ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ପଶୁମାନଙ୍କ ପାଇଁ ଖାଦ୍ୟ ମହଜୁଦ ଅଛି ଯୋଗିଆଦିଆଯିବ । ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏପରିକି ବୁଲା ଗାଈ ଗୋରୁଙ୍କୁ ଖାଦ୍ୟର ବ୍ୟବସ୍ଥା କରାଯିବ ।

ସେପଟେ ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବାତ୍ୟା ଦ୍ଵାରା ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ମହାସଂଘ, ବ୍ଲକସ୍ତରୀୟ ମହାସଂଘ, ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ, କ୍ଲଷ୍ଟରସ୍ତରୀୟ ମହାସଂଘର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.