ରାଉରକେଲାରେ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର ଶୁଭାରମ୍ଭ କରିବେ ମୋଦୀ: ଜାଣନ୍ତୁ କେବେ ?

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୫ ତାରିଖରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନଜାତି ଗୌରବ ଦିବସର ଉଦଘାଟନୀ ସମାରୋହରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ରାଉରକେଲା ଆସିବେ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ଏହି କାର୍ଯ୍ୟକ୍ରମ ।

ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଶୁଭାରମ୍ଭ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏସଟିଏସି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ମଧ୍ୟ ଯୋଗ ଦେବେ । ଓଡ଼ିଶାରେ ବିଜେପି ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ବିତୀୟ ଗସ୍ତ ହେବ । ପୂର୍ବରୁ ଗତ ସେପଟେମ୍ବୂର ୧୭ ତାରିଖରେ ଭୁବନେଶ୍ବର ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।

ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାକୁ ଚଳିତ ବର୍ଷ ଆରମ୍ଭ ହେବ ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ସମସ୍ୟାକୁ ଦୂରେଇବା ପାଇଁ ମୋହନ ସରକାର ଏହି ପଦକ୍ଷେପ ଗ୍ରହଣ ନିଆଯାଇଛି । ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସରକାରଙ୍କ ଏପରି ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ରୋକାଯାଇ ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର ।

ବିଶେଷ କରି ବିଚ୍ଛିନ୍ନାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଭେଗୁଥିବାରୁ ସେମାନେ ଅର୍ଥାଭାବରୁ ଅଧାରୁ ପାଠ ପଢା ଛାଡିଦେଉଥିବା ଲକ୍ଷ୍ୟ କରାଯାଉଛି । ଏହା ଏବେ ରାଜ୍ୟ ପାଇଁ ବଡ ଚିନ୍ତାର କାରଣ ବୋଲି ବିଜେପି ବାରମ୍ବାର ଏହା ଉପରେ ଗୁରୁତ୍ୱ ଦେଇଆସିଛି । ତେବେ ଏହି ସମସ୍ୟାକୁ ଦୂରେଇବାକୁ ନିର୍ବାଚନ ଇସ୍ତାହାରରେ ଗୁରୁତ୍ୱ ଦେଇଥିଲା ବିଜେପି । ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ସମସ୍ୟାକୁ ଦୂରେଇବା ପାଇଁ ଅଣ୍ଟା ଭିଡିଛନ୍ତି । ଏସସି, ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଘୋଷଣା ହୋଇଛି ‘ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ।

Get real time updates directly on you device, subscribe now.