(Video) ପୁଣି ଥରେ ଗତିପଥ ବଦଳାଇଲା ବାତ୍ୟା! ଅଧିକ ଶକ୍ତଶାଳୀ ହେଉଛି ‘ଦାନା’, ଚିନ୍ତାରେ ରାଜଧାନୀବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି । ବାତ୍ୟା ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ସମୀକ୍ଷା କରିଥିଲେ । ସେହିପରି ଗଗତକାଲି ଲୋକସଭା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ଏହା ମଧ୍ୟରେ ବାତ୍ୟା ଗଭୀର ଅବପାତର ରୂପ ନେଇସାରିଥିବା ବେଳେ ଲ୍ୟାଣ୍ଡଫଲକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବରୁ କୁହାଯାଉଥିଲା । ପରବର୍ତ୍ତୀ ସମୟରେ ତାହା ଭିତରକନିକା, କେନ୍ଦ୍ରାପଡ଼ାରୁ ସାଗରଦୀପ ମଧ୍ୟରେ ମାଡ଼ ହେବ ବୋଲି କୁହାଯାଇଥିଲା । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ଭିତରେ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଠାରୁ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି କୁହାଯାଇଥିଲା । ଏହା ମଧ୍ୟରେ ବାତ୍ୟା ପୁଣି ଥରେ ତା’ର ଦିଗ ବଦଳାଇଛି ।

ଆଜି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ଇକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ରହିଛି । ସେହିପରି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖ ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨୪ ତାରିଖରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରହିଥିବାରୁ ରାଜଧାନୀ ଭୁବନେଶ୍ୱର ଉପରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ତେଣୁ ଆଜି ଭୁବନେଶ୍ୱରରେ ବର୍ଷା, ପବନ ହେବାକୁ ଥିବାରୁ ରାଜଧାନୀ ଆଗୁଆ ସତର୍କ ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ସମ୍ଭାବ୍ୟା ବାତ୍ୟାକୁ ନେଇ କିଛି ଅସାଧୁ ବ୍ୟବସାୟୀ ଦରଦାମ୍ ବୃଦ୍ଧି କରି ଫାଇଦା ଉଠାଉଥିବା ଦେଖାଯାଇଛି । ପରିବା ଓ ରାସନ ଦୋକାନରେ ପ୍ରବଳ ଭିଡ଼ ଜମୁଥିବା ପରିଲକ୍ଷିତ ହୋଇଛି ।