fbpx

ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏବେ ଦୁଇ ଦିନ ହେବ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେଠରାରେ ଦିନକୁ ଦିନ ସ୍ଥିତି ଅଣଆୟତ ହେବାରେ ଲାଗିଛି । ତେଣୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ୨ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ପେଶାଲ ଏଡ଼ିଏମଙ୍କୁ ସେଠାରେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଆଇଏଏସ ହେଉଛନ୍ତି ପାରୁଲ ପଟୱାରୀ ଓ ବିଶାଲ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ପାରୁଲ ପଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ସବଡ଼ିଭିଜନ ଦାୟିତ୍ୱ ଦିଆଯାଇଛି ।

ଏଥିସହିତ ଗଞ୍ଜାମ ଜିଲ୍ଲା ପାଇଁ ୬ ଓଏସଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ୬ ଓଏସ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ ।

Get real time updates directly on you device, subscribe now.