fbpx

ପରିବହନ ବାଧାପ୍ରାପ୍ତ, ବୃଦ୍ଧି ପାଉଛି ପିଆଜ ଓ ଆଳୁର ଦର

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ବୃଦ୍ଧି ହେବା ସାଙ୍ଗକୁ ଏବେ ଆଳୁ ଦର ମଧ୍ୟ ବୃଦ୍ଧି ପାଇଛି । ରୋଷେଇ ଘରେ ସବୁଠୁ ଦରକାରୀ ଜିନିଷ ଆଳୁ ଓ ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ପିଆଜ ଓ ଆଳୁର ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତିି । ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ପରିବହନ ସେବା ବାଧାପ୍ରାପ୍ତ ହେଉଥିବାରୁ ଦର ନିୟନ୍ତ୍ରଣ ହୋଇପାରୁନି । ପରିବହନ ସେବା ସ୍ୱାଭାବିକ ହେଲେ ଦରଦାମ ନିୟନ୍ତ୍ରଣ ହେବ ବୋଲି ସେ କହିଛନ୍ତି ।

ତେବେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଦେଖାଦେଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତ୍ରିପୁରା ଏପରିକି ଓଡ଼ିଶାରେ ମଧ୍ୟ ଏନେଇ ଭଙ୍ଗାରୁଜା ସହ ପୋଡ଼ାଜଳା ମଧ୍ୟ ହୋଇଛି ।

Get real time updates directly on you device, subscribe now.