ଧନତେରସ: ରାଶି ଅନୁଯାୟୀ କିଣାକିଣି ନ କଲେ ମହାଲକ୍ଷ୍ମୀ ହୋଇଯିବେ କ୍ଷୁବ୍ଧ, ହରିନେବେ ସମ୍ପତ୍ତି, ବାଡି

ଓଡିଶା ଭାସ୍କର: ଧନତେରସ ଦିନ କିଣା କିଣିର ରହିଛି ବଡ ଗୁରୁତ୍ୱ । ୨୯ ଅକ୍ଟୋବରରେ ଧନତେରସ ପାଳନ ହେଉଛି । ଏହି ଦିନରେ ନିଜ ସାଧ୍ୟ ମୁତାବକ, ସୁନା, ରୂପା, ଅନ୍ୟାନ୍ୟ ଜିନିଷ କିଣି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରନ୍ତି । ତେବେ ଏହି କିଣାକିଣି ଆଗରୁ ନିଜ ରାଶି ମୁତାବକ କେଉଁ ଜିନିଷ ଆପଣଙ୍କୁ ଶୁଭ ଫଳ ଦେବ ତାହା ଜାଣିବା ଦରକାର । ନୋହିଲେ, ଭଲ ଫଳଦେବା ବଦଳରେ ଏହା ଦେଇପାରେ ମନ୍ଦ ଫଳ ।

ମେଷ ରାଶି- ଧନତେରସ ଅବସରରେ ଏହି ରାଶିର ଲୋକ ଲାଲ ରଙ୍ଗର ବସ୍ତ୍ର ବା ତମ୍ବା ବାସନ କରିବା ଶୁଭଙ୍କର ।

ବୃଷ ରାଶି- ବୃଷ ରାଶିଧାରୀ ଲୋକଙ୍କ ପାଇଁ, ଏହି ପବିତ୍ର ଦିନରେ ରୂପା ନିର୍ମିତି ସାମଗ୍ରୀ, ମୁଦ୍ରା, ବାସନ, ଅଳଙ୍କାର କିଣିବା ଘରକୁ ଧନଧାନ୍ୟପାଇଁ ବାଟ କଢାଇଥାଏ ।

ମିଥୁନ ରାଶି- ଧନତେରସ ଅବସରରେ ଏହି ରାଶିର ବ୍ୟକ୍ତିମାନେ ସବୁଜ ରଙ୍ଗର କପଡା, ପନ୍ନା ରତ୍ନ କିଣିବା ଉଚିତ । ଏହି ସାମଗ୍ରୀ ଦ୍ୱାରା ମା ପ୍ରଶନ୍ନ ହୋଇଥାନ୍ତି ।

କର୍କଟ ରାଶି- କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଧନତେରସରେ ରୂପା ସାମଗ୍ରୀ ଶୁଭ ଫଳ ପ୍ରଦାନ କରିବ ।

ସିଂହରାଶି- ସିଂହ ରାଶି ପାଇଁ ଏହି ପବିତ୍ର ଅବସରରେ ସୁନା କିଣିବା ମଙ୍ଗଳଦାୟୀ । ଏଥିରେ ସୁନା ଅଳଙ୍କାର ହେଉ ବା କଏନ କିଣନ୍ତୁ ।

କନ୍ୟା ରାଶି- କନ୍ୟା ରାଶିର ଲୋକମାନେ ତମ୍ବା ତିଆରି ଜିନିଷ କିଣିଲେ ମହାଲକ୍ଷ୍ମୀ ପ୍ରଶନ୍ନ ହେବା ସହ ଆଶୀର୍ବାଦ ବର୍ଷା କରିବେ ।

ବିଛା ରାଶି- ବିଛା ରାଶି ପାଇଁ ଲାଲ କପଡା ବା ମୁଙ୍ଗା ରତ୍ନ କିଣିବା ଶ୍ରେୟସ୍କର ।

ଧନୁରାଶି- ଧନୁରାଶିର ଲୋକଙ୍କ ପାଇଁ ଏହି ପବିତ୍ର ଦିନରେ ସୁନେଲି ରଙ୍ଗର କପଡା ବା ସୁନା ଅଳଙ୍କାର କିଣିବା ଭଲ ।

ମକର ରାଶି- ହଳଦୀଆ ରଙ୍ଗର କପଡା ବା ସାମଗ୍ରୀ କିଣିବା ଶୁଭଙ୍କର ।

କୁମ୍ଭ ରାଶି- କୁମ୍ଭ ରାଶିର ଲୋକ ନାଲି ରଙ୍ଗର କପଡା ବା ନିଲମ ରତ୍ନ କିଣିବା ଶୁଭଫଳ ଦେଇଥାଏ ।

ମୀନରାଶି- ମୀନ ରାଶିର ଲୋକ ଧନତେରସରେ ସୁନା ଅଳଙ୍କାର ବା ହଳଦିଆ ରଙ୍ଗର ପୋଷାକ କିଣିବା ଉଚିତ ।