ନୂଆଦିଲ୍ଲୀ: ଅକ୍ଟୋବର ୨୯ରେ ଧନତେରାସ ପଡ଼ୁଥିବା ବେଳେ ଏହି ପର୍ବରୁ ଉତ୍ସବର ଶୁଭାରମ୍ଭ ହେବ । ଚଳିତ ବର୍ଷ ଅକ୍ଟୋବରର ୩୧ରେ ଦୀପାବଳୀ ପାଳନ ପକରାଯିବ । ତା’ପରେ ନଭେମ୍ବର ୨ରେ ଗୋବର୍ଦ୍ଧନ ପୂଜା ଓ ୩ରେ ଭାଈ ଦୂଜା ଉତ୍ସବ ପାଳନ କରଯିବ । ଦୀପାବଳୀର ଛଅ ଦିନ ପରେ ନଭେମ୍ବର ୬ରେ ଛଠ ପୂଜା ପାଇଁ କିଛି ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅକ୍ଟୋବର ୩୧ରେ ଦିପାବଳୀ ଛୁଟି ନେଇ ନିକଟରେ ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି । ତା’ପରେ ନଭେମ୍ବର ୨ ଓ ୩ରେ ମଧ୍ୟ ସ୍କୁଲ ବନ୍ଦ ରହିବ । ତେବେ ନଭେମ୍ବର ୧କୁ ନେଇ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ ।
ସେହିପରି ତାମିଲନାଡ଼ୁରେ ଅକ୍ଟୋବର ୩୧ରୁ ନଭେମ୍ବର ୧ରେ ସମସ୍ତ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ୨-୩ ତାରିଖ ଶନିବାର-ରବିବାର କାରଣରୁ କ୍ରମାଗତ ଚାରିଦିନ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହବ । ତେବେ ନଭେମ୍ବର ୨ରେ ଛୁଟି କାରଣରୁ ତା’ର ଭରଣା ପାଇଁ ନଭେମ୍ବର ୯ରେ କାର୍ଯ୍ୟଦିବସ ଭାବେ ଘୋଷିତ କରାଯାଇଛି । ରାଜସ୍ଥାନରେ ଅକ୍ଟୋବର ୨୭ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଦୀପାବଳୀ ପାଇଁ ସ୍କୁଲ ଛୁଟି ଜାରି ରହିଛି । ମଧ୍ୟପ୍ରଦେଶରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଛୁଟି ରହିବ । ଶନିବାର ଓ ରବିବାର କାରଣରୁ ଚାରିଦିନ ସ୍କୁଲ ବନ୍ଦ ରହିବ । ବିହାର ସରକାର ଦୀପାବଳୀ ଓ ଛଠ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଚଳିତ ବର୍ଷ ଛଠ ପୂଜା ପାଇଁ ରାଜ୍ୟରେ ନଭେମ୍ବର ୬ରୁ ୯ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । କର୍ଣ୍ଣାଟକରେ ଦୀପାବଳୀ ପାଇଁ ସମସ୍ତ ସ୍କୁଲ-କଲେଜ ଅକ୍ଟୋବର ୩୧ରେ ବନ୍ଦ ରହିବ । ଏହାଛଡ଼ା ନଭେମ୍ବର ୧କୁ ରାଜ୍ୟରେ ରାଜୋତ୍ସବ ପାଳନ କରାଯିବ । ସେଥିପାଇଁ ରାଜ୍ୟରେ ଅକ୍ଟୋବର ୩୧ରୁ ନଭେମ୍ବର ୩ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।