(Video):ବାଣର ଗହଣା ପିନ୍ଧି ରିଲ୍ସରେ ଏପରି ଦେଲେ ଏକ୍ସପ୍ରେସନ୍, ୟୁଜର୍ସ କହିଲେ..

ଓଡ଼ିଶା ଭାସ୍କର: ଦିନକୁ ଦିନ ସୋସିଆଲ ମିଡିଆର କ୍ରେଜ୍ ବଢ଼ିବାରେ ଲାଗିଛି । ସତ କହିବାକୁ ଗଲେ ଏହା ଲୋକପ୍ରିୟତା/ ଭାଇରାଲ ହେବା ପାଇଁ ଏକ ପ୍ଲାଟଫର୍ମ ସାଜିଛି । ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କୁ ଘାରିଛି ରୀଲ୍ସ ନିଶା । ରିଲ୍ସ ଚକ୍କରରେ ଅନେକ ଜୀବନହାନୀ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ତଥାପି ଲୋକଙ୍କ ଚେତା ପଶୁନି । ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏତେ ବିପଦପୂର୍ଣ୍ଣ ଭାବରେ ରିଲ୍ସ କରିବା କେତେ ଦୂର ଯୁକ୍ତିଯୁକ୍ତ ।

ରବି ସାଗର ନାମକ ଜଣେ ୟୁଜର ନିଜ ଇନଷ୍ଟାଗ୍ରାମରେ ଦୀପାବଳି ଉପଲକ୍ଷେ ଏକ ରୀଲ୍ସ ଶେୟାର କରିଛନ୍ତି । ଏଥିରେ ସେ ସିଲଭର ରଂଗର ଲେହେଙ୍ଗା ଓ ଚୋଲି ସହ ନଜର ଆସିଛନ୍ତି । କିନ୍ତୁ ସେ ନିଜକୁ ଗହଣାରେ ନୁହେଁ ବରଂ ବିଭିନ୍ନ ପ୍ରକାର ବାଣରେ ସଜେଇଛନ୍ତି । ତେବେ ରିଲ୍ସ ମଝିରେ ସେ ଦୀପ ମଧ୍ୟ ବ୍ୟବହାର କରିଛନ୍ତି ଯାହା କି ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହି ରିଲ୍ସ ଦେଖି ଏମିତି ଲାଗୁଛି ଯେମିତି ସେ ଉର୍ଫି ଜାଭେଦଙ୍କ ଠାରୁ ପ୍ରେରିତ ହୋଇଛନ୍ତି । ସେ ଜବରଦସ୍ତ ଏକ୍ସପ୍ରେସନ୍ ମଧ୍ୟ ଦେଇଛନ୍ତି । ଭିଡିଓ ଦେଖି ଅନେକ ୟୁଜର ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ମାଚିସ ଟିକିଏ ଜାଳିଲେ ମଜା ଆସିଯିବ । ଅନ୍ୟ ଜଣେ ଲେଖିଛନ୍ତି ବାଣରେ ଦୀପ ଲାଗନ୍ତା କି ।

 

View this post on Instagram

 

A post shared by Ravi Kumar (@ravisagar88)