ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ବରରେ ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା ଘଟଣା । ବନ୍ଧା ହେଲା ଜହ୍ଲାଦ ସ୍ୱାମୀ । ଅଭିଯୁକ୍ତ ଦୋଷ ମାନିଛି କହିଲେ ଡିସିପି ପିନାକ ମିଶ୍ର । ଡିସିପି କହିଲେ, ” ବଳିଷ୍ଠ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି । ଅସ୍ବାଭାବିକ ମୃତ୍ୟୁ ନ ଥିବାରୁ ତଦନ୍ତ କରିଥିଲୁ । ବଳପୂର୍ବକ ଆନେସ୍ଥେସିଆ ଦିଆଯାଇଥିବା ସୂଚନା ମିଳିଛି ।
ଅନ୍ୟାନ୍ୟ ସାଇଣ୍ଟିଫିକ୍ ଦିଗକୁ ନେଇ ତଦନ୍ତ କରୁଛୁ ।” ଦୁଇ ଜଣ ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା କରିଥିବା ସୂଚନା । ୨ ପ୍ରେମିକା ସହ ହତ୍ୟାକାରୀ ସ୍ବାମୀକୁ ଗିରଫ କଲା ଭରତପୁର ପୋଲିସ । ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଜହ୍ଲାଦ ସ୍ବାମୀ । ଘରୋଇ ହସ୍ପିଟାଲ୍ରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ ଅଭିଯୁକ୍ତ ସ୍ବାମୀ ।