(Video) Reject ହୋଇଛି କି ସୁଭଦ୍ରା ଫର୍ମ ? ସମସ୍ତଙ୍କୁ ମିଳିବ ଟଙ୍କା, ବଡ ଅପଡେଟ୍ ଦେଲେ ପ୍ରଭାତୀ ପରିଡା

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଯୋଜନାରେ ଏଣିକି ସମସ୍ତଙ୍କୁ ମିଳିବ ଟଙ୍କା । ରିଜେକ୍ଟ ହୋଇଥିବା ଆକାଉଣ୍ଟ ଧାରୀଙ୍କୁ ମଧ୍ୟ ଟଙ୍କା ମିଳିପାରେ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ପ୍ରତିକ୍ରିୟା ଦେବା ସମୟରେ ଯୋଜନାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । କହିଦେଲେ ବାଦ ପଡିଥିବା ମହିଳାଙ୍କୁ ଟଙ୍କା ମିଳିବ କି ନାହିଁ ।

ଏବେ ଆଉ ବେଶୀ ଚିନ୍ତା କରିବାର କିଛି କାରଣ ନାହିଁ । କାରଣ ଯଦି ବି ଆପଣଙ୍କ ସୁଭଦ୍ରା ଫର୍ମ ରିଜେକ୍ଟ ହୋଇଛି କି ଷ୍ଟାଟସ ଅଣ୍ଡର ପ୍ରୋସେସ ଦେଖାଉଛି, ତେବେ ସେଇଟା ପୁନଶ୍ଚ ଭେରିଫାଏ ହୋଇସାରିବା ପରେ ଟଙ୍କା ଆସିବ, ଯଦି ଆପଣ ଯୋଗ୍ୟ ବିବେଚିତ ହୁଅନ୍ତି । ତେବେ ଆପଣଙ୍କୁ ମଧ୍ୟ ଯୋଜନାର ଟଙ୍କା ପ୍ରଦାନ କରାଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ରିଜେକ୍ଟ ହୋଇ ସାରିଥିବା ହିତାଧିକାରୀଙ୍କ ସୁଭଦ୍ରା ଫର୍ମ ପୁଣିଥରେ ଭେରିଫାଏ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ସୁଭଦ୍ରା ଯୋଜନାରେ ବର୍ତମାନ ସୁଦ୍ଧା କୋଟିଏରୁ ଉଦ୍ଧ୍ୱର୍ ମହିଳା ଆବେଦନ କରିସାରିଛନ୍ତି । ଅନେକଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ବି ଅନେକ ମହିଳା ଟଙ୍କା ପାଇବାରୁ ବଂଚିତ ରହିଛନ୍ତି । କୌଣସି ତ୍ରୁଟି କାରଣରୁ ଏମିତି ହୋଇଥିବା ଜମାପଡିଛି ସତ । କିନ୍ତୁ ସେମାନେ ଷ୍ଟାଟସ୍ ଚେକ୍ ବେଳେ ଆବେଦନର ଯେଉଁ ସ୍ଥିତି ଦେଖୁଛନ୍ତି ଆବେଦନକାରୀ, ଅଧା ଲୋକେ ବୁଝିପାରୁନାହାନ୍ତି ତାର ଅର୍ଥ କଣ ।

ଆବେଦନ ଚେକ୍ କରିବା ପରେ ଗୋଟିଏ, ଫିଲ୍ଡ ଫେରିଭିକେସନ, କମ୍ପ୍ଲିଟେଡ ଏବଂ ଅଣ୍ଡର ପ୍ରୋସେସ । ଅଣ୍ଡର ପ୍ରୋସେସ ଟିକୁ ହିଁ କେହି ସଠିକ ଭାବେ ବୁଝିପାରୁନାହାନ୍ତି । ଆଉ ଦ୍ୱନ୍ଦରେ ପଡିଯାଉଛନ୍ତି ସେମାନଙ୍କୁ ଟଙ୍କା ମିଳିବ କି ନାହିଁ । ବାସ୍ତବରେ ଯଦି ଆମେ କହିବା, ତେବେ ଯଦି ଆପଣ ଆବେଦନ ଷ୍ଟାଟସ ଚେକ୍ କରିବା ବେଳେ ଅଣ୍ଡର ପ୍ରୋସେସ ଦେଖଉଛି ତାର ଅର୍ଥ ଆପଣଙ୍କ ଭେରିଫିକେସନ ପ୍ରକ୍ରିୟା ଜାରି ରହିଛି । କିଛି ଫାଇନାଲ ହୋଇନି କି ଆପଣଙ୍କୁ ଟଙ୍କା ଯିବ କି ନାହିଁ । ଯଦି ଏହି ପ୍ରକ୍ରିୟାରେ ଆପଣ ଦେଇଥିବା ତଥ୍ୟ ଏବଂ ଡିବିଟି ବା ଏନପିସିଆଇ କ୍ଲିୟରାନ୍ସ ଠିକ ଥାଏ, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କୁ ଟଙ୍କା ମିଳିଯିବ ।