Breaking: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଷଣା, ନଭେମ୍ବର ଏହି ତାରିଖରେ ଆସିବ ତୃତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ । କେବେ ଟଙ୍କା ଆସିବ ସେନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଚଳିତ ମାସରେ ହିଁ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ଜାରି କରିବେ ରାଜ୍ୟ ସରକାର । ନଭେମ୍ବର ଶେଷ ସପ୍ତାହରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଆସିବ ବୋଲି ସେ ଘୋଷଣା କହିଛନ୍ତି । 20 ଅଧିକ ହିତାଧିକାରୀ ଏଥିରେ ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟର ଏହା ଶେଷ କିସ୍ତି ନୁହେଁ ବରଂ ଚତୁର୍ଥ କିସ୍ତି ମଧ୍ୟ ଆସିବ ବୋଲି ସେ କହିଛନ୍ତି ।

ରିଜେକ୍ଟ ହୋଇଥିବା ଆକାଉଣ୍ଟ ଧାରୀଙ୍କୁ ମଧ୍ୟ ଟଙ୍କା ମିଳିପାରେ ବୋଲି ଶୁକ୍ରବାର ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା । ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରାରେ ଯୋଜନାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 67 ହଜାର ଆବେଦନ ଖାରଜ ହୋଇଛି । ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଫର୍ମ ରିଜେକ୍ଟ ହୋଇଥିବା ଆଶାୟୀଙ୍କ ଆଶା ଉଜ୍ଜିବିତ ହୋଇଛି ।