ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି: ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି କେବେ ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିବା ବେଳେ ଏବେ ଚତୁର୍ଥ କିସ୍ତିକୁ ନେଇ ସୂଚନା ଦେଇଛନ୍ତି । ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନେ ପୂର୍ବରୁ ଦୁଇଟି କିସ୍ତି ପାଇ ସାରିଥିବା ବେଳେ ଆଗକୁ ପରବର୍ତ୍ତୀ କିସ୍ତି ପାଇବେ । ନଭେମବର ଶେଷ ସପ୍ତାହରେ ତୃତୀୟ କିସ୍ତି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ତୃତୀୟ କିସ୍ତି ଅର୍ଥରାଶି ମିଳିବା ନେଇ ଶ୍ରୀମତୀ ପରିଡ଼ା ସୂଚନା ଦେଇଥିବା ବେଳେ ଡିସେମ୍ବର ମାସରେ ଚତୁର୍ଥ କିସ୍ତି ଅର୍ଥରାଶି ମିଳିବ । ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କ ଏହି ଟଙ୍କା ମିଳିବ । ଖାରଜ ଆବେଦନର ରିଚେକ ପାଇର୍ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯିବ । ଅଙ୍ଗନବାଡ଼ି ଦିଦିଙ୍କ ଜରିଆରେ ଖାରଜ ହିତାଧିକାରୀଙ୍କୁ ନୋଟିସ୍ ଦିଆଯିବ । ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର, ଆରଆଇ ତାହକୁ ପୁନଃ ଯାଞ୍ଚ କରିବେ । ସେହିପରି ସୁଭଦ୍ରା ଯୋଜନାକୁ ନେଇ ଆଜି ଗାଇଡଲାଇନ୍ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ୩ଟାରେ ବସିବାକୁ ଥିବା ବୈଠକରେ ଖାରଜ ହୋଇଥିବା ୨.୬୭ ଲକ୍ଷ ଆବେଦନ ଉପରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି ।