ନୂଆଦିଲ୍ଲୀ: ଭାରତ-କାନାଡାର ସଂପର୍କ ବିଗିଡିବାରେ ଲାଗିଛି। କାନାଡାର ମନ୍ତ୍ରୀ ଭାରତର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଲାଗାଇଥିବା ସମ୍ବେଦନଶୀଳ ଅଭିଯୋଗ ପରେ ବିବାଦ ଆହୁରି ବଢିଯାଇଛି। ବୈଦେଶିକ ମନ୍ତ୍ରାଳୟ କାନାଡାର କୂଟନୀତିଜ୍ଞଙ୍କୁ ଚିଠି ପଠାଇ, ସେମାନଙ୍କ ମନ୍ତ୍ରୀଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖାରଜ କରିଛି। ଭାରତ କାନାଡୀୟ ମନ୍ତ୍ରୀଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖାରଜ କରିଛି। କାନାଡାର ମନ୍ତ୍ରୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଖାଲିସ୍ତାନୀ ଚରମପନ୍ଥୀଙ୍କୁ ଟାର୍ଗେଟ କରିବା ଆଦେଶ ଦେବାର ଅଭିଯୋଗ ଲଗାଇଛି। ବୈଦେଶିକ ମନ୍ତ୍ରାଳୟ ଗୁରୁବାର ଦିନ ଜଣେ କାନାଡାର କୂଟନୀତିଜ୍ଞଙ୍କୁ ଡକାଇଥିଲା।
କାନାଡାର ଉପ-ବୈଦେଶିକ ମନ୍ତ୍ରୀ ଡେବିଡ ମାରିସନ ମଙ୍ଗଳବାର ଦେଶର ସାର୍ବଜନୀନ ସୁରକ୍ଷା ଏବଂ ସୁରକ୍ଷାର ସ୍ଥାୟୀ ସମିତି ସଦସ୍ୟଙ୍କୁ ଏହି ସୂଚନା ଦେଇଥିଲା ଯେ, ଭାରତର ଗୃହ ମନ୍ତ୍ରୀ ଅମିତ ଶାହ ଖାଲିସ୍ତାନୀ ଚରମପନ୍ଥୀମାନଙ୍କୁ ଟାର୍ଗେଟ କରି ହିଂସା, ଧମକ ଏବଂ ଗୁପ୍ତ ସୂଚନା ଦେବାର ଅଭିଜାନ ଚଳାଇବାର ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ଅମିତ ଶାହଙ୍କ କହିବାନୁଯାୟୀ, ଖାଲିସ୍ତାନୀ ଚରମପନ୍ଥୀଙ୍କୁ ଟାର୍ଗେଟ କରାଯାଉଛି।