ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଝାଡଖଣ୍ଡରେ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି କରିଛନ୍ତି । ରାଜ୍ୟରେ ଦଳ ଗଠନକୁ 25 ବର୍ଷ ପୂରଣ କରିବା ପାଇଁ 25ଟି ସଂକଳ୍ପ ନେଇଛି ବିଜେପି । ଏହାସହିତ ଗୋଗୋ ଦିଦି ଯୋଜନାରେ ମହିଳାଙ୍କୁ ପ୍ରତି ମାସରେ 2100 ଟଙ୍କା ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।
- ଗୋଗୋ ଦିଦି ସ୍କିମ୍ ଜରିଆରେ ପ୍ରତି ମାସର 11 ତାରିଖରେ ଝାଡଖଣ୍ଡର ସମସ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ 2,100 ଟଙ୍କା ପ୍ରଦାନ କରାଯିବ ।
- ଝାଡଖଣ୍ଡର ସମସ୍ତ ପରିବାରକୁ 500 ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ଏବଂ ଗୋଟିଏ ବର୍ଷରେ ଦୁଇଟି ମାଗଣା ସିଲିଣ୍ଡର ଯୋଗାଇ ଦିଆଯିବ ।
- 5ବର୍ଷ ମଧ୍ୟରେ ଝାଡଖଣ୍ଡର ଯୁବକମାନଙ୍କ ପାଇଁ 5 ଲକ୍ଷ ସ୍ବରୋଜଗାର ସୁଯୋଗ ସୃଷ୍ଟି ହେବ । ଏହା ବ୍ୟତୀତ 2,87,500 ପଦ ପାଇଁ ସରକାରୀ ନିଯୁକ୍ତି ସୃଷ୍ଟି କରାଯିବ ।
- ପ୍ରତିବର୍ଷ 1 ଲକ୍ଷ ଝାଡଖଣ୍ଡ ଯୁବକଙ୍କୁ ସ୍ବନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା ଅବଧି ପାଇଁ ‘ଯୁବା ସାଥି’ ଭତ୍ତା ପ୍ରତି ମାସରେ 2 ହଜାର ଟଙ୍କା ଦିଆଯିବ ।
- ସମସ୍ତଙ୍କ ପାଇଁ ଗୃହ ସୁନିଶ୍ଚିତ କରାଯିବ । ଏହାସହିତ ଘର ପାଇଁ ମାଗଣାରେ ବାଲି ଯୋଗାଇ ଦିଆଯିବ । 21 ଲକ୍ଷ ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟବସ୍ଥା କରାଯିବ ।
- ଝାଡଖଣ୍ଡରେ ସରକାରୀ ପଦବୀରେ ନିଯୁକ୍ତିରେ ସ୍ୱଚ୍ଛତା ଏବଂ ପ୍ରାର୍ଥୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସିବିଆଇ ଜେପିଏସସି ମାମଲାରେ ତଦନ୍ତ ଆରମ୍ଭ କରିବ । ପଞ୍ଜୀକରଣ ପାଇଁ 1ଟଙ୍କାର ଷ୍ଟାମ୍ପ ଡ୍ୟୁଟି ପୁନଃ ସ୍ଥାପନ କରାଯିବ ।
- ଝାଡଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବନ୍ଦ କରାଯିବ ।
- ମହିଳା ସଶକ୍ତିକରଣ ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅସ୍ଥାବର ସମ୍ପତ୍ତି ପଞ୍ଜିକରଣ ପାଇଁ 1 ଟଙ୍କିଆ ଷ୍ଟାମ୍ପ ଡ୍ୟୁଟି ଫି ସ୍କିମ୍ ପୁନଃକାର୍ଯ୍ୟକାରୀ କରିବେ ।
- B.Ed, ନର୍ସିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ସରକାରୀ ଅନୁଷ୍ଠାନଗୁଡିକରେ ମାଗଣା ଶିକ୍ଷା ପ୍ରଦାନ କରାଯିବ ।
- ବିସ୍ଥାପିତଙ୍କୁ ପୁନଃ ଥଇଥାନ କରାଯିବ ।
- ଆଦିବାସୀ ସମ୍ମାନ ଏବଂ ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଆଦିବାସୀ ଧାର୍ମିକ ତଥା ସାଂସ୍କୃତିକ ସ୍ଥାନର ବିକାଶ ତଥା ଗ୍ରାମ ସ୍ତରରେ ଜନସାଧାରଣଙ୍କ ପାଇଁ ଅନୁଦାନ ପ୍ରଦାନ କରାଯିବ ।
- ଫୁଲ ଜାନେ ପଢୋ ବିଟିଆ ସ୍କିମ ଅଧୀନରେ ରାଜ୍ୟରେ ଗରିବ ତଥା ପଛୁଆ ବର୍ଗର ପିଲାଙ୍କୁ ମାଗଣା ଶିକ୍ଷା ଦିଆଯିବ ।
- ମାତୃତ୍ବ ସୁରକ୍ଷା ଯୋଜନାରେ ଗର୍ଭବତୀଙ୍କୁ 6 ପୋଷଣ କିଟ୍ ଏହଂ 21 ହଜାର ସହାୟତା ପ୍ରଦାନ କରାଯିବ ।
- ଝାଡଖଣ୍ଡରେ 10 ଟି ନୂତନ ସରକାରୀ ମେଡିକାଲ କଲେଜ ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ନର୍ସିଂ ଟ୍ରେନିଂ କଲେଜ ପ୍ରତିଷ୍ଠା କରାଯିବ ।
- ରାଜ୍ୟରେ ଭଲ ଶାସନ ସୁନିଶ୍ଚିତ କରିବାକୁ ଆମେ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି କାର୍ଯ୍ୟକାରୀ କରାଯିବ ।
- 2027 ସୁଦ୍ଧା ମାନବ ଚାଲାଣ ମୁକ୍ତ ହେବ ଝାଡଖଣ୍ଡ ।
- କୃଷକ ସୁନୀତି ଯୋଜନା କାର୍ଯ୍ୟକାରୀ ହେବ ।
- ସରକାରୀ ଚାକିରି କ୍ଷେତ୍ରରେ ଏସସି, ଏସଟି ସଂରକ୍ଷଣ ବ୍ୟତୀତ ଓବିସି ପାଇଁ 27 ପ୍ରତିଶତ ସଂରକ୍ଷଣ ରହିବ ।
- ପରିବହନ ନେଟଓ୍ବର୍କର ନିରବିଚ୍ଛିନ୍ନ ଏକାକୀକରଣ ମାଧ୍ୟରେ ଝାଡଖଣ୍ଡକୁ ସଂଯୋଗ କରାଯିବ ।
- ଦେଶର ସମସ୍ତ ପ୍ରମୁଖ ସହରରେ ଝାଡଖଣ୍ଡ ଜୋହର ଭବନ ପ୍ରତିଷ୍ଠା କରିବ ।
- ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍କ ପାଇଁ ମାସିକ ଭତ୍ତା 2500 ଟଙ୍କା କରାଯିବ ।
- ଗ୍ରାମୀଣ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ କପୋତ ମଟର ଏବଂ ମାଡୁଆ ସର୍ବନିମ୍ନ ସହାୟତା ମୂଲ୍ୟ ପରିସରଭୁକ୍ତ ହେବ ।
- ଝାଡ଼ଖଣ୍ଡରେ ଲାଗୁ ହେବ ୟୁସିସି ।
- ଝାଡଖଣ୍ଡରୁ ସ୍ଥାନାନ୍ତରଣକୁ ଶେଷ କରିବା ପାଇଁ ଆମେ ରାଜ୍ୟକୁ ଦକ୍ଷତା ବିକାଶର ଏକ ହବ୍ ଭାବରେ ବିକାଶ କରାଯିବ ।
- ଭାରତକୁ ଶ୍ରେଷ୍ଠ ପାଞ୍ଚଟି ପର୍ଯ୍ୟଟନ ଅନୁକୂଳ ରାଜ୍ୟ ଭାବରେ ପରିଣତ କରିବା ପାଇଁ ଭଗବତୀ ସର୍କିଟ ପ୍ରମୁଖ ଦେବୀ ମନ୍ଦିରଗୁଡ଼ିକୁ ସଂଯୋଗ କରିବ ।