ଗୁଳି କି ଗୋଳା, ବାରୁଦ ନୁହେଁ, ବିସ୍କୁଟ ଖଣ୍ଡିଏ ପାଇଁ ମଲା ଲସ୍କର ଏ ତୋଏବାର କମାଣ୍ଡୋ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରର କାନୟାରରେ ବିଗତ ଦୁଇ ବର୍ଷରେ ପ୍ରଥମ ବଡ ଆତଙ୍କବାଦ ନିରୋଧ ଅଭିଯାନ ହୋଇଥିଲା । ଏଥିରେ ଲସ୍କର ଏ ତୋଏବାର କୁଖ୍ୟାତ୍ ଆତଙ୍କୀ ଉସ୍ମାନର ମୃତ୍ୟୁ ହୋଇଛି । ଏହି ସଫଳତା ସେନାର ମନୋବଳ ବଢାଇ ଦେଇଛି । ତେବେ ଉସ୍ମାନକୁ ମାରିବାକୁ ସେନା ଯେଉଁ ରଣନୀତି ଆପଣାଇଥିଲା ତାହା ଅତ୍ୟନ୍ତ ରୋଚକ ଓ ଚକିତ କଲାପରି କଥା ।

ସେନା ଅଧିକାରୀ ଙ୍କ ସୂଚନା ମୁତାବକ, ସେନା ଅପରେସନରେ ବୁଲା କୁକୁରଙ୍କ ଉପସ୍ଥିତି ବଡ ଚ୍ୟାଲେଞ୍ଜ ହୋଇଥିଲା । ଅପରେସନ ବେଳେ ସେନାକୁ ଦେଖି କୁକୁର ଭୋକିବା ଆରମ୍ଭ କରିଦିଅନ୍ତି, ଫଳରେ ଲୁଚିଥିବା ଆତଙ୍କବାଦୀ ସତର୍କ ହୋଇଯାଆନ୍ତି । ତେଣୁ ଉସ୍ମାନକୁ ଧରିବାକୁ ଯିବା ବେଳେ ସେନା ଏକ ଅଭିନବ ଉପାୟ ଆପଣେଇଲା । ପ୍ରଥମେ କୁକୁରଙ୍କୁ ଚୁପ କରିବାକୁ ବିସ୍କୁଟ ଦେଲା । ଫଳରେ କୁକୁର ଭୋକିଲେ ନାହିଁ ଓ ସେନା ତାର କାମ ଅତି ସହଜରେ କରିବାରେ ସକ୍ଷମ ହେଲା ।

ଗୁଇନ୍ଦା ସଚନା ଆଧାରରେ ସେନା ଉସ୍ମାନ ଲିଚିଥିବା ଅଞ୍ଚଳରେ ମିଶନକୁ ସଫଳ କରିବାକୁ ୯ ଘଣ୍ଟା ଧରି ଏକ ଯୋଜନା କାର୍ଯ୍ୟକାରୀ କଲା । ଏଥିରେ ସେଠାରେ ଥିବା କୁକୁରଙ୍କୁ ଅପରେସନରେ ସାମିଲ ଯବାନ କୁକୁରଙ୍କୁ ବୁସ୍କୁଟ ଖୁଆଇ ସେମାନଙ୍କୁ ଚୁପ କରାଇଦେଲା । କୁକୁର ନ ବୋକିବାରୁ ଉସ୍ମାନ ଜାଣିପାରିନଥିଲା କି ସୁରକ୍ଷାବଳ ତାର ନିକଟତର ହୋଇଯାଇଛି ।

କୁକୁରଙ୍କୁ ଚୁପ କରାଇବା ପରେ ସେଠାରେ ଥିବା ପ୍ରାୟ ୩୦ ଘରକୁ ଫଜ୍ର ନମାଜ ଆଗରୁ ଘେରାବନ୍ଦୀ କରାଗଲା । ଏହି ସୂରାକ ଉସ୍ମାନକୁ ଲାଗିବା ପରେ ସେ ସେନା ଉପରକୁ ଗୁଳିକରିବାରୁ, ସେ ଲୁଚିଥିବା ଘର ଚାରି ପାଖରେ ଥିବା ଯବାନ ତା ଉପରକୁ ଗୁଳି ବର୍ଷିବା ଆରମ୍ଭ କରିଦେଲେ । ଏଥିରେ ତାର ମୃତ୍ୟୁ ହୋଇଥିଲା । ତେବେ ଏହା କୁକୁରଙ୍କ ନ ଭୋକିବା ପାଇଁ ସହଜ ଓ ସମ୍ଭବ ହେଲା ବୋଲି କହିଛି ସେନା ।