ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ମୋଟ ୨୪୦ଟି ପଦ ପୂରଣ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା । ନଭେମ୍ବର ୪ରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୯ ଆବେଦନର ଅନ୍ତିମ ତାରିଖ ରହିଛି । ଡିସେମ୍ବର ୬ ତାରିଖରେ ପ୍ରାର୍ଥୀଙ୍କର ଶର୍ଟଲିଷ୍ଟେଡ୍ ଲିଷ୍ଟ ଜାରି କରାଯିବ । ଏହାପରେ ଡିସେମ୍ବର ୧୮ରେ ଶର୍ଟଲିଷ୍ଟେଡ ହୋଇଥିବା ପ୍ରାର୍ଥୀଙ୍କର ସାର୍ଟିଫିକେଟ ଭେରିଫିକେସନ କରାଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।
ଡିପ୍ଲୋମୋ (ଟେକ୍ନିସିଆନ) ଆପ୍ରେଣ୍ଟିସ ପାଇଁ ୧୨୦ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା (ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜି) ରହିଛି । ସେହିପରି ଅଣ-ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦ ପାଇଁ ୧୨୦ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା କଳା, ବିଜ୍ଞାନ, ବାଣିଜ୍ୟ, ହ୍ୟୁମାନିଟିଜ, ବିଏ, ବି.ଏସସି, ବିବିଏମ, ବି.କମ, ବିବିଏ, ବିସିଏ ଆଦିରେ ଡିଗ୍ରୀ ରହିଥିବା ଆବଶ୍ୟକ ।
ଅନଲାଇନ୍ ଆବେଦନ ଲିଙ୍କ: https://nats.education.gov.in/
ନୋଟିଫିକେସନ ଲିଙ୍କ: https://nats.education.gov.in/http://boat-srp.com/wp-content/uploads/2024/11/Indian_Oil_Corporation_Ltd.pdf